ବିଏମସି ନିର୍ବାଚନ ପାଇଁ ଡକାହେଲା ସର୍ବ ଦଳୀୟ ବୈଠକ

45740ଆଗାମୀ ଜାନୁୟାରୀ ୮ ତାରିଖରେ ହେବାକୁ ଥିବା ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ସକାଶେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ,ଭୁବନେଶ୍ଵର ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏକ ସର୍ବାଦଳୀୟ ବୈଠକ ଆହୁତ କରିଛନ୍ତି । ଏହି ବୈଠକ ଆସନ୍ତା ୨୭ ତାରିଖ ଦିନ ପୂର୍ବାହ୍ନ ୧୦.୩୦ ମି.ରେ ଓୟୁଏଟି ସ୍ଥିତ କୃଷି ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ସେଥିପାଇଁ ନିର୍ବାଚନରେ ଅଂଶଗ୍ରହଣ କରିଥିବା ଜାତୀୟ ଓ ରାଜ୍ୟ ସ୍ତରୀୟ ରାଜନୈତିକ ଦଳ ସମେତ ସମସ୍ତ ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ବୈଠକରେ ଯୋଗଦେବାକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ଏହି ବୈଠକରେ ଆଦର୍ଶ ଆଚରଣ ବିଧି,ନିର୍ବାଚନ ଜନିତ ଅନ୍ୟାନ୍ୟ କଟକଣା ଏବଂ ଆଇନ ଶୃଙ୍ଖଳା ଭଳି କେତେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି ।

Share in top social networks!