ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ

download (1)ଆସନ୍ତା ଜାନୁଆରୀ ୮ ତାରିଖରେ ହେବାକୁ ଯାଉଥିବା ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ୫ ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଓଡିଶା ଅର୍ଥସେବାର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ । ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଡି.ଏନ୍ ଗୁପ୍ତା , ଆଇ.ଏ.ଏସ୍ ଙ୍କୁ ୱାର୍ଡ ନମ୍ବର ୧ରୁ ୧୭ ଦାୟିତ୍ଵ ଦିଆଯାଇଛି । ତାଙ୍କର ମୋବାଇଲ ନମ୍ବର ୯୪୩୭୧୯୬୬୪୯ ।. ସେହିପରି ଶ୍ରୀ ଡି.ପି ଦାସ ,ଓ.ଏ.ଏସ୍ ଙ୍କୁ ୱାର୍ଡ ନମ୍ବର ୨୦ରୁ୨୭ ଓ ୪୯ ଶାୟିତ୍ଵ ଦିଆଯାଇଛି ଏବଂ ତାଙ୍କ ମୋବାଇଲ ନମ୍ବର ୯୪୩୭୦୪୭୭୫୫ ।. ଶ୍ରୀ ଡି.ଶତପଥୀ ,ଓ.ଏ.ଏସ୍ ଙ୍କୁ ୱାର୍ଡ ନମ୍ବର ୧୮ ଓ ୧୯ ଏବଂ ୨୮ରୁ ୩୬ ଦାୟିତ୍ଵ ଦିଆଯାଇଛି । ତାଙ୍କ ମୋବାଇଲ ନମ୍ବର ୯୪୩୮୦୮୧୭୧୩ ।. ଶ୍ରୀ ଏ.କେ ମାଣିକ ,ଓ.ଏ.ଏସ୍ ଙ୍କୁ ୱାର୍ଡ ନମ୍ବର ୩୭ରୁ୪୮ ଦାୟିତ୍ଵ ଦିଆଯାଇଛି ଏବଂ ତାଙ୍କ ମୋବାଇଲ ନମ୍ବର ୯୪୩୮୭୩୬୩୭୯ ।. ଶ୍ରୀ ସି.ଏସ୍ କୁମାର ,ଆଇ.ଏ.ଏସ୍ ଙ୍କୁ ୱାର୍ଡ ନମ୍ବର ୫୦ରୁ୬୭ ଦାୟିତ୍ଵ ଦିଆଯାଇଛି । ତାଙ୍କ ମୋବାଇଲ ନମ୍ବର ୯୪୩୭୧୯୭୬୪୯ ।. ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ସେଠୀ,ଓ.ଏଫ୍.ଏଫ୍ ଙ୍କୁ ୱାର୍ଡ ନମ୍ବର ୧ରୁ୧୭,୨୦ରୁ ୨୭ଏବଂ ୪୯ ଦାୟିତ୍ଵ ଦିଆଯାଇଛି । ତାଙ୍କ ମୋବାଇଲ ନମ୍ବର ୯୪୩୯୯୯୬୫୪୩ ।. ଶ୍ରୀ ଚିନ୍ମୟ କବି,ଓ.ଏଫ୍.ଏଫ୍ ଙ୍କୁ ୱାର୍ଡ ନମ୍ବର ୧୮ ଓ ୧୯ ଏବଂ ୨୮ ରୁ ୪୫ ଦାୟିତ୍ଵ ଦିଆଯାଇଛି । ତାଙ୍କ ମୋବାଇଲ ନମ୍ବର ୯୪୩୭୩୦୪୮୭୬ ।. ଶ୍ରୀ ରମେଶ କୁମାର ପାତ୍ର,ଓ.ଏଫ୍.ଏଫ୍ ଙ୍କୁ ୱାର୍ଡ ନମ୍ବର ୪୬ରୁ୪୮ ଏବଂ ୫୦ରୁ୬୭ ଦାୟିତ୍ଵ ଦିଆଯାଇଅଛି । ତାଙ୍କ ମୋବାଇଲ ନମ୍ବର ୯୪୩୮୩୦୫୩୫୯ ।

Share in top social networks!