ଡିସେମ୍ବର ୨୭ରୁ ରାଜ୍ୟସ୍ତରୀୟ ସରଗୀଫୁଲ ମହୋତ୍ସବ

46644ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସରଗୀଫୁଲ ମହୋତ୍ସବ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରଦର୍ଶନୀ ଡିସେମ୍ବର ୨୭ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପ୍ରାଙ୍ଗଣରେ ଉଦଘାଟିତ ହେବ । ଏହିଉତ୍ସବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା ମୁଖ୍ୟାତିଥି ଭାବେ ଯୋଗଦାନ କରିବେ । ତ୍ରିଦିବସୀୟ ଏହି ସରଗୀଫୁଲ ମହୋତ୍ସବରେ ବିଭାଗୀୟ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଡଃ ଅଖିଳ ବିହାରୀ ଓତାଙ୍କ ସହିତ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହିବେ । ରାଜ୍ୟର ୩୦ଟି ଜିଲ୍ଲାର ୭୫୦ ଜଣଛାତ୍ରଛାତ୍ରୀ ଓ ୧୫୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ସରଗୀଫୁଲ ମହୋତ୍ସବରେ ଅଂଶଗ୍ରହଣ କରିବେ । ପୂର୍ବାହ୍ନରେ ୧୮ଟି ବିଷୟବସ୍ତୁ ଉପରେ କର୍ମଶାଳା ଓ ଅପରାହ୍ନରେ ୧୦ଟି ବିଭାଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଆୟୋଜିତ ହେବ । ଏହା ସହିତ ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ଏହି ଉତ୍ସବ ତିନିଦିନ ଧରି ଚାଲିବ ବୋଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!