ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନରେ ଚୁଡାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା ୩୯୩

46283ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସମୁଦାୟ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ମିଶି ସର୍ବମୋଟ ୩୯୩ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତୀୟ ଜନତା ଦଳ ରୁ ୬୬,ଭାରତୀୟ ଜାତୀୟ କଂଗ୍ରେସ ରୁ୬୨,ବହୁଜନ ସମାଜ ପାର୍ଟିରୁ ୫ଜଣ,ସିପିଆଇ ରୁ ୪ଜଣ,ସିପିଆଇଏମ ରୁ ୪ ଜଣ,ଏନପିସି ରୁ ଜଣେ,ବିଜୁ ଜନତା ଦଳରୁ ୬୭ ଜଣ,ଏବଂ ସ୍ଵାଧୀନ ଓ ଅନ୍ୟାନ୍ୟ ମିଶି ୧୮୪ ଜଣ ରହିଛନ୍ତି । ୨୧ ନଂ ୱାର୍ଡରେ ସର୍ବାଧିକ ୧୯ ଜଣ ପ୍ରାର୍ଥୀ ରହିଛନ୍ତି । ୧ନଂ ୱାର୍ଡରୁ ୪ଜଣ,୨ନଂ ୱାର୍ଡରୁ ୬ଜଣ,୩ନଂ ୱାର୍ଡ଼ରୁ ୩ଜଣ,୪ ନଂ ୱାର୍ଡ଼ରୁ ୩ଜଣ,୫ ନଂ ୱାର୍ଡ଼ରୁ ୬ ଜଣ,୬ ନଂ ୱାର୍ଡ଼ରୁ ୫ ଜଣ,୭ ନଂ ୱାର୍ଡ଼ରୁ ୯ଜଣ,୮ନଂ ୱାର୍ଡ଼ରୁ ୬ଜଣ,୯ ନଂ ୱାର୍ଡ଼ରୁ ୫ଜଣ,୧୦ ନଂ ୱାର୍ଡ଼ରୁ ୪ଜଣ,୧୧ନଂ ୱାର୍ଡ଼ରୁ ୫ଜଣ,୧୨ ନଂ ୱାର୍ଡ଼ରୁ ୭ ଜଣ,୧୩ନଂ ୱାର୍ଡ଼ରୁ ୧୧ଜଣ,୧୪ନଂ ୱାର୍ଡ଼ରୁ ୪ଜଣ,୧୫ ନଂ ୱାର୍ଡ଼ରୁ୭ଜଣ,୧୬ନଂ ୱାର୍ଡ଼ରୁ ୭ଜଣ,୧୭ ନଂ ୱାର୍ଡ଼ରୁ ୬ଜଣ,୧୮ ନଂ ୱାର୍ଡ଼ରୁ ୫ଜଣ,୧୯ ନଂ ୱାର୍ଡ଼ରୁ ୩ ଜଣ,୨୦ ନଂ ୱାର୍ଡ଼ରୁ ୮ ଜଣ, ୨୧ ନଂ ୱାର୍ଡ଼ରୁ୧୯ଜଣ,୨୨ନଂ ୱାର୍ଡ଼ରୁ ୪ଜଣ, ୨୩ ନଂ ୱାର୍ଡ ରୁ ୬ଜଣ,୨୪ନଂ-୪ଜଣ,୨୫ ନଂ-୫ଜଣ,୨୬ନଂ-୮ଜଣ,୨୭ ନଂ-୬ଜଣ,୨୮ ନଂ-୩ଜଣ,୨୯ ନଂ-୮ଜଣ,୩୦ନଂ-୫ଜଣ,୩୧ନଂ-୪ଜଣ,୩୨ ନଂ-୩ଜଣ,୩୩ନଂ-୩ଜଣ,୩୪ନଂ-୪ଜଣ,୩୫ ନଂ-୬ଜଣ,୩୬ନଂ-୧୦ଜଣ ,୩୭ନଂ-୫ଜଣ,୩୮ନଂ-୪ଜଣ,୩୯ନଂ-୫ଜଣ,୪୦ନଂ-୧୩ଜଣ,୪୧ନଂ-୪ଜଣ,୪୨ନଂ-୩ଜଣ,୪୩ନଂ-୩ ଜଣ, ୪୪ନଂ-୪ଜଣ,୪୫ନଂ-୩ଜଣ,୪୬ନଂ-୭ଜଣ,୪୭-୫ଜଣ,୪୮ନଂ-୭ଜଣ,୪୯ନଂ-୭ଜଣ,୫୦ନଂ-୪ଜଣ,୫୧ନଂ-୯ଜଣ,୫୨ନଂ-୭ଜଣ,୫୩ନଂ-୪ଜଣ,୫୪ନଂ-୬ଜଣ,୫୫ନଂ-୪ଜଣ,୫୬ନଂ-୬ଜଣ,୫୭ନଂ-୭ଜଣ,୫୮ନଂ-୬ଜଣ,୫୯ନଂ-୪ଜଣ,୬୦ନଂ-୫ଜଣ,୬୧ନଂ-୭ଜଣ,୬୨ନଂ-୮ଜଣ,୬୩ନଂରୁ ୫ଜଣ,୬୪ନଂରୁ ୫ଜଣ,୬୫ ନଂରୁ ୯ ଜଣ, ୬୬ ନଂ ରୁ ୬ଜଣ ଏବଂ ୬୭ ନମ୍ବର ୱାର୍ଡ଼ରୁ ୯ଜଣ ପ୍ରାର୍ଥୀ ରହିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ସୂତ୍ରରୁ ଜଣ ପଡିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ଅପରାହ୍ନ ୩ ଘଟିକା ରହିଛି । ଭୋଟଗ୍ରହଣ ୮,ଜାନୁୟାରୀ ୨୦୧୪ ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ସମ୍ପୃକ୍ତ ୱାର୍ଡର ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କରାଯିବ । ଜାନୁୟାରୀ ୯,୨୦୧୪ ସକଳ ୮ ଘଟିକା ଠାରୁ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ କରାଯାଇ ଫଳାଫଳ ଘୋଷଣା କରାଯିବ । ଜାନୁୟାରୀ୧୭,୨୦୧୪ ଦିନ ଭୁବନେଶ୍ଵର ମହାନଗର ନିଗମ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୫ ତାରିଖ,୨୦୧୪ ଦିନ ଡେପୁଟି ମେୟର ନିର୍ବାଚନ ମହାନଗର ନିଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେବ ।

Share in top social networks!