ବିଜୁ ଜନତାଦଳର ପ୍ରତିଷ୍ଠା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

46748ବିଜୁ ଜନତାଦଳର ପ୍ରତିଷ୍ଠା ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବିଜୁ ଜନତା ଦଳର ଶୁଭେଚ୍ଛୁ ଓ କର୍ମୀ ଭାଇ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ । ବିଜୁ ବାବୁଙ୍କ ଆଦର୍ଶରେ ଆମଦଳ ଓଡିଶାବାସୀଙ୍କ ସେବା କରିଚାଲିଛି । ଏକ ସମୃଦ୍ଧ ଓ ସ୍ଵାଭିମାନୀ ଓଡିଶା ଗଠନ ତାଙ୍କର ଜୀବନର ଏକ ମାତ୍ର ଲକ୍ଷ୍ୟ ଥିଲା ସେଥିପାଇଁ ସେ ସାରା ଜୀବନ ଲଢେଇ କରିଯାଇଛନ୍ତି । ୧୯୯୭ରୁ୨୦୧୩ ଏଇ ୧୬ ବର୍ଷ ଭିତରେ ବିଜୁ ଜନତାଦଳ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ।ଲୋକଙ୍କ ଆସ୍ଥା ଓ ଭରସାକୁ ଆଧାର କରି ରାଜ୍ୟରେ ସ୍ଵାଭିମାନର ସୁରକ୍ଷା ଏବଂ ବିକାଶ ପାଇଁ କାମ କରିଚାଲିଛି । ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ ଓଡିଶାବାସୀ ବିଜୁ ଜନତା ଦଳକୁ ଦୃଢ ସମର୍ଥନ କରିଛନ୍ତି । ଗତ ପୌରନିର୍ବାଚନରେ ଓଡିଶା ବାସୀ ବିଜୁ ଜନତାଦଳକୁ ଜେଭଳି ଆଶୀର୍ବାଦ ଦେଇଛନ୍ତି ସେଇଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣି । ଦଳର ଏହି ବିଜୟ ପାଇଁ ମୁଁ ଆମର କର୍ମୀ ଭାଇ ଭଉଣୀ ମାନଙ୍କୁ ଧନ୍ୟ ବାଦ ଜଣାଉଛି । ଗତ ୧୩ ବର୍ଷ ଧରି ବିଜୁ ଜନତାଦଳ ନିଜକୁ ରାଜ୍ୟ ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସାମିଲ୍ କରି ଆସିଛି। ଗାଁ ଠାରୁ ଆରମ୍ଭ କରିସହର ପର୍ଯ୍ୟନ୍ତ କୃଷି ଠାରୁ ଶିଳ୍ପ ପର୍ଯ୍ୟନ୍ତ ରାଜ୍ୟର ସବୁ ଅଞ୍ଚଳର ଓ ସବୁ କ୍ଷେତ୍ରରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି ।। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଗରିବଲୋକ ତଫସିଲଭୁକ୍ତ ଜାତି ଓ ଜନଜାତି ଓ ଭିନ୍ନକ୍ଷମ ସମସ୍ତଙ୍କ କଲ୍ୟାଣ ପାଇଁ ନୂଆନୂଆ ଯୋଜନା କାର୍ଯ୍ୟକାରୀ କରା ଯାଉଛି । ଆମର ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ ହେଉଛନ୍ତି ମହିଳା,ଚାଷୀ ଓ ଯୁବ ସମାଜ । ସେମାନଙ୍କୁ ବିକାଶ ଧାରାରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଚାଷୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା,ମହିଳାଙ୍କ ପାଇଁ ପଞ୍ଚାୟତ ଓ ଅର୍ବାନ ବଡିରେ ୫୦% ସରକ୍ଷଣ ର ଶିକ୍ଷା ଓ ତାଲିମ ଜରିଆରେ ଯୁବ ସମାଜର ବିକାଶ ପାଇଁ ନୂତନ ଯୁବନୀତିରେ ଅନେକ ସୁଯୋଗ ଆସିଛି । ଆମ ରାଜ୍ୟ ସରକାର ନିଜ ପାଣ୍ଠିରୁ କଲ୍ୟାଣ ଓ ବିକାଶ ଯୋଜନା କାର୍ଯ୍ୟକାରୀ କରି ପାରିଛନ୍ତି । ଗତ ୧୩ ବର୍ଷ ଭିତରେ ଜଳସେଚନ କ୍ଷମତା ୨୯%ରୁ୫୦% ରେ ପହଞ୍ଚିଛି । କୃଷି ଉତ୍ପାଦନ ବଢିଛି । ଭିତ୍ତିଭୂମିର ବିକାଶ ଘଟିଛି । ସ୍କୁଲରେ ନାମଲେଖା ବଢିଛି,ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମିଛି,ସାକ୍ଷରତା ହାର ବଢିଛି,ଶିଶୁ ଓ ମାତୃ ହାର କମିଛି,ଗରିବୀ କମିଛି,ଶିଳ୍ପ ଉତ୍ପାଦନ ମଧ୍ୟ ବଢିଛି । ତଥାପି ଆମକୁ ଆହୁରି ଅନେକ କାମ କରିବାକୁ ଅଛି । ଦେଶର ଆଗୁଆ ରାଜ୍ୟ ମାନଙ୍କ ଉନ୍ନତିକୁ ଆଖି ଆଗରେ ରଖି ପ୍ରତିଦ୍ୱନ୍ଦିତା ମୂଳକ ମନୋଭାବ ନେଇ କାମ କାମ କରିବାକୁ ହେବ । ଆପଣମାନେ ଜାଣନ୍ତି ମୁଁ ସବୁ ବେଳେ କେନ୍ଦ୍ର ର ଅବହେଳା ବିଷୟରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି । ଦୈବ ଦୁର୍ବିପାକ ଠାରୁ ଆରମ୍ଭ କୃ ବିଭିନ୍ନ ଉନ୍ନୟନ ମୂଳକ କାମ ମଧ୍ୟ କେନ୍ଦ୍ରର ଅବହେଳା ସମସ୍ତଙ୍କୁ ଦୁଃଖ ଦେଇଛି । କେନ୍ଦ୍ରର ଏଭଳି ମନୋଭାବ ଆମର ସଙ୍ଘୀୟ ଚିନ୍ତାଧାରାକୁ କ୍ଷୁର୍ଣ୍ଣ କରୁଛି । ଗତ ପୌରନିର୍ବାଚନରେ କଂଗ୍ରେସ ଓ ବିଜେପି ଦଳ ଓଡିଶାବାସୀଙ୍କ ବିଶ୍ଵାସ ହାସଲକରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । କେନ୍ଦ୍ରୀୟଦଳଭାବରେ ଦାବି କରୁଥିବା ଏହି ଦଳଗୁଡିକ ନିଜନିଜ ଶକ୍ତିରେ କେନ୍ଦ୍ରରେ ସ୍ଥିରସରକାର ଦେଇପାରିବେନାହିଁ। କଂଗ୍ରେସର ଦୁର୍ନୀତି ଓ ବିଜେପିର ସାମ୍ପ୍ରଦାୟୀକ ରାଜନୀତି ଆମଦେଶକୁ ଦୁର୍ବଳ କରିଦେଇଛି । ଏକ ସ୍ଥିର,ସ୍ଵଚ୍ଛ ଓ ଧର୍ମନିରପେକ୍ଷ ସରକାର ହିଁ ଭାରତ ଭାଷୀଙ୍କ ଆଶା ଓ ଆକାଂକ୍ଷା କୁ ପୂର୍ଣ୍ଣ କରିପାରିବ ଏବଂ ଏହା ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଏକ ମାତ୍ର ବିକଳ୍ପ । ବିଜୁ ଜନତା ଦଳ ମଧ୍ୟ ଏହି ସମ୍ଭାବନା କୁ ଦେଖୁଛି । ତେଣୁ ୨୦୧୪ ନିର୍ବାଚନରେ ଓଡିଶାର ବିଧାନ ସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନରେ ଆମକୁ ଅଧିକ ସିଟ ଜିତିବା ପାଇଁ କାମ କରିବାକୁ ହେବ । ଏହା ଦ୍ଵାରା କେନ୍ଦ୍ରରେ ଆମେ ଅଧିକ ଶକ୍ତିଶାଳୀ ହୋଇ ରାଜ୍ୟର ସ୍ଵାର୍ଥ ପାଇଁ ଲଢେଇ କରି ପାରିବା ।ରାଜନୀତିରେ ଲୋକଙ୍କ ବିଶ୍ଵାସ ଓ ଭରସାକୁ ଅନକଣ୍ଡିସନାଲ୍ ଭାବିବା ଅନୁଚିତ । ନିର୍ବାଚନରେ ସଫଳତା ଆମର ଏକ ମାତ୍ର ଲକ୍ଷ୍ୟ ନୁହେଁ । ଲୋକଙ୍କ ଆଶା ପୂରଣ ପାଇଁ ଏହା ଏକ ମାଧ୍ୟମ ଅଟେ । ଗତ୧ ୪ ବର୍ଷ ଧରି ମୁଁ ନିଜକୁ ସାଧାରଣ ଲୋକଙ୍କ ସେବକ ଭାବି କାମ କରିଚାଲିଛି । ମୋ ସାଥିରେ କେହି ଥାଉ ବା ନଥାଉ ମୁଁ ଏହି ଭଳି ଭାବରେ ଓଡିଶାବାସୀଙ୍କ ସେବା କରିଚାଲିଥିବୀ । ବିଜୁଜନତାଦଳ ଗତ ୧୬ ବର୍ଷ ଭିତରେ ଚାରିକୋଟି ଓଡିଆଙ୍କ ଆଶା ଓ ଭରସାର ପ୍ରତୀକ ହୋଇଯାଇଛି । ଲୋକଙ୍କର ଏହି ବିଶ୍ଵାସକୁ ସମ୍ମାନ ଦେଇ ଆମେ ଅଧିକ ନିଷ୍ଠାର ସହ କାମ କଲେ ଆମ ଦଳ ଯେଉଁ ଲକ୍ଷ୍ୟ ନେଇ ଗଠନ କରାଯାଇଥିଲା ତାହା ପୂରଣ ହୋଇପାରିବ ।

Share in top social networks!