ପ୍ରଥମ ସିନ୍ଧୁଜା ସମ୍ମାନ ପାଇବେ ରୁଥ୍ ମନୋରମା

46644
ମାସିକ ମହିଳା ପାରିବାରିକ ପତ୍ରିକା ସିନ୍ଧୁଜାର ପ୍ରହମ ସ୍ଵନକ୍ଷେତ୍ର ଉତ୍ସବ ଆସନ୍ତା ୩୦ ତାରିଖ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏଥିରେ ଅତିଥି ଭାବେ ଜାତୀୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକ,ପୂର୍ବତନ ସୂଚନା କମିଶନର ଜଗଦାନନନ୍ଦ,ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ ରୁଥ୍ ମନୋରମା ଯୋଗଦେବେ । ସୁସାହିତ୍ୟିକା ଡ.ଅର୍ଚନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରଥମ ସିନ୍ଧୁଜା ସମ୍ମାନ ରୁଥ୍ ମନୋରମାଙ୍କୁ ପ୍ରଦାନ କରାଯିବ । ସେହିପରି ବିଶିଷ୍ଟ ସାହିତ୍ୟିକ ଡ.ସଂଘମିତ୍ରା ମିଶ୍ର,ଡ.ଜୟନ୍ତୀ ମହାପାତ୍ର,ଇଞ୍ଜିନିୟର ପି.କେ ସ୍ଵାଇଁ ଓ ସାମ୍ବାଦିକ ହରିହର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Share in top social networks!