ଫେବୃଆରୀ ୨୫ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

download
ମାଧ୍ଯମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ୨୦୧୪ ମସିହା ଫେବୃଆରୀ ମାସ ୨୫ତାରିଖରେ ହେବ । ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ମାଟ୍ରିକ ପରୀକ୍ଷା ଯେପରି ସୁରଖୁର ସହକାରେ ହୋଇପାରିବ ସେଥିନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାପଡିଛି । ଚଳିତ ବର୍ଷ ରାଜ୍ୟର ପାଖାପାଖି ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ରାଜ୍ୟରେ ପାଖାପାଖି ୨୫୦୦ ଟି ପରୀକ୍ଷା କେନ୍ଦ୍ର କରାଯିବାର ବ୍ୟବସ୍ଥା ରହିଛି । ସେହିପରି ପରୀକ୍ଷା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୨୦୬ଟି ନୋଡାଲ ସେଣ୍ଟର ଖୋଲାଯିବ । ପରୀକ୍ଷା କିପରି ସ୍ଵଚ୍ଛ ଭାବେ ହୋଇପାରିବ ସେଥିପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କରେ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

Share in top social networks!