ଜାନୁୟାରୀ ୪ ରେ ପାସପୋର୍ଟ ମେଳା

46444
ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ଜାନୁୟାରୀ ୪ତାରିଖ ଭୁବନେଶ୍ଵର ଠାରେ ଏକ ପାସପୋର୍ଟ ମେଳା ଆୟୋଜନ କରାଯିବ । ଭୁବନେଶ୍ଵରର ନୟାପଲ୍ଲୀଠାରେ ୟୁନିଟ-୮-ସ୍ଥିତପାସପୋର୍ଟ ସେବା କେନ୍ଦ୍ରରେ ଏହି ମେଳା ଆୟୋଜନ କରାଯିବ । ଆଗ୍ରହୀ ବ୍ୟକ୍ତିବିଶେଷ ପ୍ରଥମେ www.passportindia.govt.in ରେ ନିଜ ନାମ ପଞ୍ଜୀକରଣ କରିବେ । ଏହାପରେ ARN sheet ର ଏକ ପ୍ରିଣ୍ଟ ଆଉଟ ନେଇ ପାସପୋର୍ଟ ସେବା କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ । ପାସପୋର୍ଟ ପ୍ରସ୍ତୁତି ଲାଗି ଆବଶ୍ୟକ ସମସ୍ତ ସାର୍ଟିଫିକେଟ ଓ କାଗଜପତ୍ର ନେଇ ଆସିବାକୁ ପଡିବ । ପାସପୋର୍ଟ ମେଳା ପାଇଁ ଚଳିତ ମାସ ୩୦ ତାରିଖରେ ସଂପୃକ୍ତ website ରେ ଅନଲାଇନ ରିଲିଜ କରାଯିବ । ପାସପୋର୍ଟ ମେଳାରେ ନୂଆ ପାସପୋର୍ଟ ପ୍ରସ୍ତୁତି,ନବୀକରଣ ପାସପୋର୍ଟ ଅବଧି ବୃଦ୍ଧି ଲାଗି ଆବେଦନ କରାଯାଇପାରିବ ବୋଲି ପାସପୋର୍ଟ ଅଧିକାରୀ ପଦ୍ମା ମହାନ୍ତି ଜଣାଇଛନ୍ତି ।

Share in top social networks!