ରାଜ୍ୟସ୍ତରୀୟ ରିଙ୍କୁ-ଅଭିଯାନ ସ୍ମାରକୀ କ୍ରିକେଟ୍ ଉଦଯାପିତ

unnamedଏକାଦଶତମ ରାଜ୍ୟସ୍ତରୀୟ ରିଙ୍କୁ-ଅଭିଯାନ ସ୍ମାରକୀ କ୍ରିକେଟ୍ ସ୍ଥାନୀୟ ଗୁରୁଜଙ୍ଗ ଖେଳପଡିଆରେ ଉଦଯାପିତ ହୋଇଯାଇଛି । ଆଜି ଜେଜେ ୱାରିୟର୍ସ ଯଦୁପୁରକୁ ହରାଇ ରାଇଜିଂ ଷ୍ଟାର କୁମାରବସ୍ତ ଚମ୍ପିୟାନ ହାଇଛି । ପ୍ରଥମ ମ୍ୟାଚଟି ରାଇଜିଂ ଷ୍ଟାର କୁମାରବସ୍ତ ବନାମ ଏଫ୍ ସିସି କେଶୁରା ମଧ୍ୟରେହୋଇଥିଲା । ଏଥିରେ କୁମାରବସ୍ତ ଦଳ ୬ ୱିକେଟ୍ ରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲେ । ସେହିପରି ଦ୍ଵିତୀୟ ମ୍ୟାଚ କେ ସିସି ଖୋର୍ଦ୍ଧା ଓ ଜେଜେ ୱାରିୟର୍ସ ଯଦୁପୁର ମଧ୍ୟରେ ହୋଇଥିଲା । ଏଥିରେ ଯଦୁପୁର ଦଳ ୩ ୱିକେଟ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ ଯଦୁପୁର ଓ କୁମାରବସ୍ତ ମଧ୍ୟରେ ହୋଇଥିଲା । କୁମାରବଷଟ ଦଳ ପ୍ରଥମେ ଟସ୍ ରେ ଜିତ୍ୟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୦୪ ରନ୍ କରିଥିଲେ । ଦଳ ପକ୍ଷରୁ ଆଇ ଏସ୍ ଗିରି ସର୍ବାଧିକ ୪୭ ରନ୍ କରିଥିଲେ । ଜବାବରେ ଯଦୁପୁର ଦଳ ୬ ୱିକେଟ ହରାଇ ୧୦୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ କୁମାରବସ୍ତ ଦଳ ୨ରନ୍ ରେ ବିଜୟୀ ହୋଇ ଚଳିତବର୍ଷର ଚମ୍ପିୟାନ୍ ହୋଇଛି । ଆଇ ଏସ୍ ଗିରି ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ର ଚେୟାରମ୍ୟାନ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ରନନ୍ଦ,ଆଶ୍ଵସନା ପରିବାରର ମୁଖ୍ୟ ସଂଯୋଜକ ଗୌରିଶଙ୍କର ରାଉତରାୟ,ପୌରପରିଷଦ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗଦେଇ ବିଜେତା କୁମାର ବସ୍ତ ର ରାଇଜିଂ ଷ୍ଟାର ଦଳ ଓ ଉପ-ବିଜେତା ଯଦୁପୁରର ଜେଜେ ୱାରିୟର୍ସ ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରି ଥିଲେ । ଏହି ମ୍ୟାଚକୁ ପ୍ରୀତିରଞ୍ଜନ ବିଜୟସିଂହ,ଅବ୍ୟକ୍ତ ହରିହର ଖାଡଙ୍ଗା ,ଦେବାଶିଷ ନାୟକ ଓ ପ୍ରକାଶ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Share in top social networks!