କେବିକେ ଏବଂ କେବିକେ ପ୍ଲସ୍ ଜିଲ୍ଲା ମାନଙ୍କରେ କାର୍ଯ୍ୟରତ ଡାକ୍ତରଙ୍କୁ ଆର୍ଥିକ ପ୍ରୋଶ୍ଚାହନ ମିଆଦ ବୃଦ୍ଧି

ସରକାରୀ ସ୍ଵାସ୍ଥ ଅନୁଷ୍ଠାନ ଗୁଡିକର ଭିତିଭୂମିର ବିକାଶ ସହିତ ଖାଲି ପଡୁଥିବା ଡାକ୍ତର ପଦବୀ ପୂରଣ କରି ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିସ୍ଚା ଯୋଗାଇ ଦେବା ଦିଗରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିରନ୍ତର ଉଦ୍ୟମ ଜାରି ରହିଛି | ଖାଲି ପଡୁଥିବା ଡାକ୍ତର ପଦବୀ ପୂରଣ କରିବା ବିଶେଷ କରି କେବିକେ ପ୍ଲସ ଭଳି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ନିଯୁକ୍ତି ପାଉଥିବା ଡାକ୍ତରମାନଙ୍କୁ କାର୍ଯ୍ୟ କରିବା ପାଈଁ ଆକୃଷ୍ଟ କରିବାକୁ ସରକାର ଆର୍ଥିକ ପ୍ରୋଶ୍ଚାହନ ବ୍ୟବସ୍ଥା କରିଛନ୍ତି | ଏହି ବ୍ୟବସ୍ଥାରେ କେବିକେ ଏବଂ କେବିକେ ପ୍ଲସ ଭଳି କୋରାପୁଟ , ମାଲକାନଗିରି ,ନବରଙ୍ଗପୁର ,ରାୟଗଡା , ବଲାଙ୍ଗିର ,ସୁବର୍ଣପୁର ,କଳାହାଣ୍ଡି ,ନୂଆପଡା ,ବୌଦ୍ଧ ,କନ୍ଧମାଳ ଏବଂ ଗଜପତି ଭଳି ୧୧ଟି ଜିଲ୍ଲାରେ ନିଯୁକ୍ତି ପାଉଥିବା ଡାକ୍ତର ମାନଙ୍କ ପାଈଁ ସ୍ଵତନ୍ତ୍ର ଆର୍ଥିକ ପ୍ରୋଶ୍ଚାହନ ବ୍ୟବସ୍ଥା କରାଯାଇ ଏହି ସମସ୍ତ ଜିଲ୍ଲାର ମୁଖ୍ୟଚିକିଶ୍ଚାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ର , ପ୍ରାଥମିକ ସ୍ଵାସ୍ଥ କେନ୍ଦ୍ର (ନୃତନ)ରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଡାକ୍ତରଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯାଉଛି | ଜିଲ୍ଲା ଏବଂ ଉପଖଣ୍ଡ ଚିକିସ୍ଚାଳୟ ଏବଂ ପୌରପରିଷଦ ଅଞ୍ଚଳରେ ଥିବା ସ୍ବସ୍ଥାକେନ୍ଦ୍ର ବା  ଚିକିସ୍ଚାଳୟରେ ନିଯୁକ୍ତ ଡାକ୍ତରଙ୍କୁ ମାସିକ ୪ ହଜାର ଏବଂ ଅନ୍ୟ ଅଞ୍ଚଳରେ ଡାକ୍ତରଙ୍କୁ ମାସିକ ୮ ହଜାର ଟଙ୍କା  ସ୍ଵତନ୍ତ୍ର ଆର୍ଥିକ ପ୍ରୋସ୍ଚାହନ ପ୍ରଦାନ କରାଯାଉଛି | ଏଥିରେ ସେହିସବୁ ଅଞ୍ଚଳରେ ଚିକିସ୍ଚା ସେବାରେ ନିଯୋଜିତ ପ୍ରଶାସନିକ ଗ୍ରେଡ ର ଯୁଗ୍ମ  ନିର୍ଦେଶକ ଲେବୁଲ ୧ ଏବଂ ୨ , ବରିଷ୍ଠ ପ୍ରଥମ ଶ୍ରେଣୀ ଏବଂ କନିଷ୍ଠ ପ୍ରଥମ ଶ୍ରେଣୀ ସମେତ ଅନ୍ୟ ସମସ୍ତ ଡାକ୍ତରଙ୍କୁ ଏହା ପ୍ରଦାନ କରାଯାଉଛି | ବର୍ତ୍ତମାନ  ଏହି ସ୍ଵତନ୍ତ୍ର ଆର୍ଥିକ ପ୍ରୋସ୍ଚାହନ ପ୍ରଦାନ ବ୍ୟବସ୍ଥା କୁ ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବୋଲି ସ୍ଵାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଡ଼ଃ  ଦାମୋଦର ରାଉତ ସୂଚନା ଦେଇଛନ୍ତି | ଡ଼ଃ ରାଉତ କହିଛନ୍ତି କି ସରକାର ଏହି ଆର୍ଥିକ ପ୍ରୋସ୍ଚାହନ ବ୍ୟବସ୍ଥା କରିଥିବାରୁ ସେହି ସବୁ ଅଞ୍ଚଳରେ ଡାକ୍ତର ପଦବି ପୂରଣ ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛି | ତାକୁ ଦୃଷ୍ଟିରେ ରଖି ବର୍ତମାନ ସରକାର ଅର୍ଥ ବିଭାଗର ସହମତି କ୍ରମେ ସେହି ବ୍ୟବସ୍ଥାକୁ ଆଉ ଏକ ବର୍ଷ ପାଇଁ ଆସନ୍ତା ୩୧.୦୭.୨୦୧୩  ପର୍ଯ୍ୟନ୍ତ ବଢେଇଛନ୍ତି | ପରବର୍ତୀ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ | ଫଳରେ ଉକ୍ତ ୧୧ଟି  ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଡାକ୍ତର ଉପକୃତ ହେବେ |

Share in top social networks!