ବାତ୍ୟା ପୁନର୍ଗଠନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

tn_8-11-2013=5ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଫାଇଲିନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ପୁନର୍ଗଠନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।ପୁନର୍ଗଠନ କାର୍ଯ୍ୟ ଦାୟିତ୍ଵରେ ଥିବା ବିଭାଗ ପାଇଁ ମୁଖ୍ୟମନ୍ତ୍ରୀ ଏକ ସମୟ ସୀମା ଧାର୍ଯ୍ୟ କରି ସେହି ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରବିଫସଲକୁ ଆଖିଆଗରେ ରଖି ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକର ମରାମିତ ଏବଂ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସମ୍ପଦୟ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି କ୍ଷତିଗ୍ରସ୍ତ ନଦୀ ଓ କେନାଲଗୁଡ଼ିକର ମରାମତ୍କାର୍ଜ୍ୟୟ ୩୧ମାର୍ଚ୍ଚ ସୁଦ୍ଧା ଶେଷ କରିବା ଏବଂ ସମସ୍ତ କ୍ଷତିଗ୍ରସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକର ସ୍ଥାୟୀ ମରାମତି କାର୍ଯ୍ୟ ମଧ୍ୟ ୩୧ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟାରଗଞ୍ଜାମଜିଲ୍ଲାରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଶେଷ କ୍ଷତି ଘଟାଇଛି । ତେଣୁ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ସ୍କୁଲ ଗୃହଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟାରେ କୃଷି ବିଶେଷତଃ ଉଦ୍ୟାନକୃଷିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ତେଣୁ ଉଦ୍ୟାନକୃଷି ଫସଲର ପୁନରୁଦ୍ଧାର ପାଇଁ ବ୍ୟାପକ ଚାରା ରୋପଣସହିତ ଆଖୁଚାଷ କାମ ମଧ୍ୟ ଶୀଘ୍ର ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।ଗଞ୍ଜାମ ଜିଲ୍ଲାରେ କ୍ଷତିଗ୍ରସ୍ତ କାଜୁଚାଷର ପୁନରୁଦ୍ଧାର ପାଇଁ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବରେ ପଦକ୍ଷେପ ନେବା ସହିତ ଏଥିପାଇଁ MNREGS ପାଣ୍ଠି ଉପଯୋଗ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଘରଭଙ୍ଗାସହାୟତା ଅର୍ଥ ଓ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ କ୍ଷତି ବାବଦସହାୟତା ବଣ୍ଟନ,ଚାଷ କ୍ଷୟକ୍ଷତିର ଆକଳନ ଏବଂ କୃଷି ଋଣ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେରାଜସ୍ଵମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର,ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳକିଶୋର ମହାପାତ୍ର,ଉନ୍ନୟନ କମିଶନର,ଅତିରିକ୍ତ ମୁଖ୍ୟ ଶାସନ ସଚିବବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।