ଆବାସିକ ତାଲିମ ପାଇଁ ଯୁବକ ଯୁବତୀଙ୍କୁ ପ୍ରୋତ୍ସାହନ କରାଯିବ –ଖୋର୍ଦ୍ଧା ଜିଲ୍ଲାପାଳ

downloadଭଗବାନପୁର ଶିଳ୍ପାଞ୍ଚଳ,ପାତ୍ର ପଡାସ୍ଥିତ ରୁଡସେଟ ପ୍ରତିଷ୍ଠାନ ଭୁବନେଶ୍ଵରର ୪୭ ତମ ଆଞ୍ଚଳିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମତ ୨୩.୧୧.୨୦୧୩ ତାରିଖ ଦିନ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଅଛି । ଗ୍ରାମ୍ୟ ମନ୍ତ୍ରଣାଳୟ,ନୂଆଦିଲ୍ଲୀଙ୍କର ନୂତନ ନିୟମାନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ,ଏସ୍.ବି.ଆଇ ,ଖୋର୍ଦ୍ଧା ଶ୍ରୀଯୁକ୍ତ ଶରତଚନ୍ଦ୍ର ସେଠୀ,ଏଜିଏମ ନାବାର୍ଡ,ଭୁବନେଶ୍ଵର ଶ୍ରୀ ବିଭୁପ୍ରସାଦ କର,ବରିଷ୍ଠ ପରିଚାଳକ,ସିଣ୍ଡିକେଟ ବ୍ୟାଙ୍କ,ଭୁବନେଶ୍ଵର ଶ୍ରୀ ସ୍ମୃତି ରଞ୍ଜନ ମହାନ୍ତି,ଉପନିର୍ଦେଶକ,ଭିନ୍ନକ୍ଷମ ସଂସ୍ଥାନ,ଭୁବନେଶ୍ଵର ଶ୍ରୀ ରାମକିଶୋର ଶର୍ମା,ମୁଖ୍ୟ କାର୍ଯ୍ୟନିର୍ବାହୀ, ଜିଲ୍ଲା ବିପଣନ ସଂସ୍ଥା,ଖୋର୍ଦ୍ଧା ଶ୍ରୀଯୁତ ଦୀପକଶ୍ରୀଚନ୍ଦନ,ଶ୍ରୀଯୁକ୍ତ ପର୍ଶୁରାମ ନାୟକ,ଶ୍ରୀଯୁକ୍ତ ବିରେନ୍ଦ୍ର କୁମାରମାହୁନ୍ତଏବଂଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତଥିଲେ ।ବୈଠକରେ ଆବାହତ ତଥା ନିର୍ଦେଶକ,ଶ୍ରୀଯୁକ୍ତ ଲକ୍ଷ୍ମଣ ଚନ୍ଦ୍ରପାଲ ଅତିଥି ସ୍ଵାଗତ ଭାଷଣ ଦେବା ସହ ଅନୁଷ୍ଠାନର କାର୍ଯ୍ୟ ବିବରଣୀ ପାଠ କରିଥିଲେ ।ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର କାର୍ଯ୍ୟପଦ୍ଧତି ଓ ବିଭିନ୍ନ ଉପଲବ୍ଧିର ଭୂୟସୀ ପ୍ରଶଂସା କରିବା ସହଏହି ଅବସରରେ ଜିଲ୍ଲାପାଳ ପ୍ରତିଷ୍ଠାନ ଦ୍ଵାରା ପ୍ରଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ୟାଙ୍କମାନଙ୍କରେ ଉଦାସୀନମନୋଭାବର ସୁଧାର ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସିଲେଇ ଶିକ୍ଷା,ଫଳ ଆଚାର,ପାଇପ ମରାମତି,କମ୍ପ୍ୟୁଟର ଶିକ୍ଷା ,ବିୟୁଟି ପାର୍ଲର,ହସ୍ତକଳା ଇତ୍ୟାଦି ସମ୍ବନ୍ଧରେସୂଚନା ଦିଆଯାଇଥିଲା ।ଆଗାମୀ ଦିନରେ ଅନୁଷ୍ଠାନ ଦ୍ଵାରା ଉପଲବ୍ଧ ଆବାସିକ ତାଲିମ ପ୍ରଦାନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବକ୍ତାମାନେ ମତଦେଇଥିଲେ ।

Share in top social networks!
Powered By Indic IME