ଜାନୁୟାରୀ ୨ରୁ ଜାତୀୟ ଭାଷା ସମ୍ମିଳନୀ

46644ଦେଶର ପ୍ରଥମ ଭାଷା ସମ୍ମିଳନୀ ଆସନ୍ତା ୨୦୧୪ ମସିହା ଜାନୁଆରୀ ୨ରୁ ଭୁବନେଶ୍ଵରର ଜୟଦେବଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ଵାରା ଆୟୋଜିତ ଏହି ୨ଦିନିଆ ସମ୍ମିଳନୀରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଦ୍ଵାନଗଣ,ଭାରତରେ ସ୍ଥାପିତ ୬ଟି ଭାଷାଭିତ୍ତିକ ବିଶ୍ଵବିଦ୍ୟାଳୟ ର କୁଳପତି,ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ଲାସିକାଲ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସମେତ ଓଡିଶା ବିଷୟରେ ବ୍ୟାପକ ଗବେଷଣା କରିଥିବା ବିଶିଷ୍ଟ ଜର୍ମାନ ଗବେଷକ ଡଃ ହର୍ମାନ କୁଲକେ ଏବଂ ଓଡିଶାର ବୁଦ୍ଧିଜୀବୀ,ଶିକ୍ଷକ,ଛାତ୍ରଛାତ୍ରୀ,ରାଜନେତା ଆଦି ଯୋଗଦେଇ ନିଜର ସୁଚିନ୍ତିତ ମତ ରଖିବେ । କେନ୍ଦ୍ର ଭାଷା ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଓଡିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ଜାତୀୟ ସ୍ତରରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦନ କରିବାକୁ ଯାଉଥିବାବେଳେ ଓଡିଶାରେ ଭାରତର ପ୍ରଥମ ଭାଷା ସମ୍ମିଳନୀ ହେବା ଏକ ଗୌରବର ବିଷୟ । ଏହି ପରିପ୍ରେକ୍ଷୀରେ ଓଡିଆଭାଷାକୁ କିପରି ଆହୁରି ଲୋକମୁଖର ତଥା ବିଶ୍ଵମୁଖୀ କରାଯାଇ ପାରିବ,ସେ ବିଷୟରେ ବୌଦ୍ଧିକମାନସ ମନ୍ଥନ ପାଇଁ ଆୟୋଜିତ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବିଶିଷ୍ଟ ଭାଷା ବିତ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଉକ୍ତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Share in top social networks!
Powered By Indic IME