କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ କଳ୍ପତରୁ ଦାସ ଙ୍କ ସାକ୍ଷାତ ଆଲୋଚନା

kalpatarudassକେନ୍ଦ୍ର ଆଦିବାସୀ ଓ ପଞ୍ଚାୟତିରାଜ ବ୍ୟାପର ମନ୍ତ୍ରୀ ଶ୍ରୀ ଭି.କିଶୋର ଚନ୍ଦ୍ର ଦେବଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ସାକ୍ଷାତ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦେବ ଭୁବନେଶ୍ଵର ଗ୍ରସ୍ତ ଅବସରରେ ସ୍ଥାନୀୟ ମେ ଫେୟାର ହୋଟେଲଠାରେ ଏହି ସାକ୍ଷାତ ଆଲୋଚନା କରାଯାଇଥିବା ପ୍ରକାଶ । ମନ୍ତ୍ରୀ ଶ୍ରୀ ଦାସ ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତିକରଣ ଯୋଜନାରେ କେନ୍ଦ୍ର ସହାୟତା ରାଶିର ମଞ୍ଜୁର ଅର୍ଥର ବକେୟା ଥିବା ରାଶି ତୁରନ୍ତ ଏକ କିସ୍ତିରେ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି କେନ୍ଦ୍ରୀୟ ଯୋଜନା ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ବର୍ତ୍ତମାନ ରାଜ୍ୟର ବଲାଙ୍ଗୀର ,ବରଗଡ,ବୌଦ୍ଧ,ଢେଙ୍କାନାଳ ,ଗଜପତି ,ଗଞ୍ଜାମ ,ଝାରସୁଗୁଡା ,କଳାହାଣ୍ଡି ,କନ୍ଧମାଳ,କେଉଁଝର ,କୋରାପୁଟ,ମାଲକାନଗିରି,ମୟୂରଭଞ୍ଜ,ନବରଙ୍ଗପୁର,ନୂଆପଡା,ରାୟଗଡା,ସମ୍ବଲପୁର,ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଭଳି ୨୦ଟି ପଛୁଆ ଜିଲ୍ଲାର ୨୧୭ ଟି ବ୍ଲକର ୩୯୨୧ ଟି ଗ୍ରାମପଞ୍ଚାୟତ ସମେତ ଗୋଟିଏ ମୁନିସିପାଲିଟି କର୍ପୋରେସନ୍,୨୨ଟି ମ୍ୟୁନିସିପାଲିଟି ଏବଂ ୫୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟ କରୁଥିବା ଦର୍ଶାଇ ଏହି କେନ୍ଦ୍ରୀୟ ଯୋଜନାକୁ ଆଉ କେତେକେ ପଛୁଆ ଜିଲ୍ଲାକୁ ସଂପ୍ରସାରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଅଦାସ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ରାଜ୍ୟ ତରଫରୁ ଏ ସମ୍ପର୍କରେ ଏକ ପ୍ରସ୍ତାବ ଦେବା ପାଇଁ ମରାମର୍ଶ ଦେଇଥିଲେ । ୨୦୧୩-୧୪ ଆର୍ଥିକ ବର୍ଷରେ ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତିକରଣ ଯୋଜନାରେ ରାଜ୍ୟ ପାଇଁ ୯୨୩୬.୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ କେନ୍ଦ୍ର ଅଂଶ ଭାବେ ୩୪୩୬.୮୧ ଲକ୍ଷ ଦିଆଯାଇଅଛି । ଆର୍ଥିକ ବର୍ଷ ଶେଷ ହୋଇ ଆସୁଥିବା ପରିପ୍ରେକ୍ଷୀରେ ଅନ୍ତଃକରଣର ବିକାଶ ଏବଂ ନିର୍ମାଣ ଭଳି କାର୍ଯ୍ୟକ୍ରମ ଗୁଡିକ ଶେଷ ମୁହୂର୍ତ୍ତରେ କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ବାକିଥିବା ମଞ୍ଜୁର ଅର୍ଥକୁ ତୁରନ୍ତ ଏକ କିସ୍ତିରେ ଦେଲେ ରାଜ୍ୟ ଉପକୃତ ହୋଇ ପାରନ୍ତା ବୋଲି ସେ କହିଥିଲେ ।

Share in top social networks!