ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ;୬ ଜଣଙ୍କ ପ୍ରାର୍ଥୀପତ୍ର ନାକଚ

46679ଆସନ୍ତା ଜାନୁୟାରୀ ୮ ତାରିଖ ଦିନ ହେବାକୁ ଥିବା ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନରେ ସମୁଦାୟ ୪୫୧ଟି ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନ ୧୧ ଘଟିକା ଠାରୁ ଏହି ପ୍ରାର୍ଥୀପତ୍ର ଗୁଡିକ ର ତଦାରଖ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵର ମହାନଗର ନିଗମ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୬ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି । ସେମାନେ ହେଲେ ୫ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ମଧୁସୂଦନ ବେହେରା,୯ ନମ୍ବର ୱାର୍ଡର ଭାରତୀୟ ଜାତୀୟ କଂଗ୍ରେସର ସୀମା ଦଳେଇ,୧୪ ନମ୍ବର ୱାର୍ଡର ଉତ୍କଳ ଭାରତ ଦଳର ଲିପ୍ସା ନାୟକ,୨୧ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ପ୍ରଦ୍ୟୁମ୍ନ ପ୍ରଧାନ ,୩୦ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ମାଧୁରୀ କିନ୍ନର,୬୬ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ଅଜୟ କୁମାର ଶୁବୁଦ୍ଧି । ପ୍ରକାଶ ପାଉକି,ଡିସେମ୍ବର ୨୪ ତାରିଖ ପୂର୍ବାହ୍ନ ୧୧ ଘଟିକା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରୁଲ ୨୪ ଅନୁଯାୟୀ ସ୍ଥିରୀକୃତ ସ୍ଥାନରେ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ଅପରାହ୍ନ ୩ ଘଟିକା ଧାର୍ଯ୍ୟ କରାଯାଇଅଛି । ଚୁଡାନ୍ତ ପ୍ରାର୍ଥୀତାଲିକା ଡିସେମ୍ବର ୨୬ ତାରିଖ ଅପରାହ୍ନ ୫ ଘଟିକା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟ ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପ୍ରତ୍ୟେକ ୱାର୍ଡର ସ୍ଥିରୀକୃତ ସ୍ଥାନରେ ପ୍ରକାଶ କରାଯିବ ।

Share in top social networks!