ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରାଯିବାର ବ୍ୟବସ୍ଥା କରିବାକୁ ଓଡିଶା ଗଣତନ୍ତ୍ର ସୁରକ୍ଷା ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

46083ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରାଯିବାର ବ୍ୟବସ୍ଥା କରାଯାଉ ବୋଲି ଓଡିଶା ଗଣତନ୍ତ୍ର ସୁରକ୍ଷା ପରିଷଦ ପକ୍ଷରୁ ଦାବି କରାଯାଇଛି । ପରିଷଦର ସଭାପତି ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ ଏହି ଦାବି କରି ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଙ୍କୁ ଏକ ପତ୍ର ଲେଖିଛନ୍ତି । ଶ୍ରୀ ଦାସ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ,ବିଭିନ୍ନ ରାଜ୍ୟ ତଥା ଦେଶର ନିର୍ବାଚନ ପରେ ଜୁଲାଇରେ ବିଧାନସଭା ଓ ଲୋକସଭା ହେଉଥିବାରୁ ଅନେକ ସୁବିଧା ହେଉଛି । ଏହା ଫଳରେ ବିକାଶ ମୂଳକ କାର୍ଯ୍ୟ ଗୁଡିକ ବାଧାପ୍ରାପ୍ତ ହେଉଛି ଓ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ପ୍ରଭାବିତ ହେଉଛି । ଆଗାମୀ ଦିନରେ ଗଣତନ୍ତ୍ରର ଉପରେ ଅଧିକ ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିବାର ଆଶଙ୍କା ରହିଛି । ଶ୍ରୀ ଦାସ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ତେବେ ଏଭଳି ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା ପାଇଁ ଅନୁମତି ନଦିଆଯାଇ,କେବଳ ପଞ୍ଜୀକୃତ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତାର ସୁଯୋଗ ଦିଆଯିବା ଆବଶ୍ୟକ । ଏହାଦ୍ଵାରା ସାଂପ୍ରଦାୟିକତା,ଜାତୀୟତାବାଦ ଦୂରେଇଯିବ । ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦାସ କହିଛନ୍ତି।

Share in top social networks!