ନାଲକୋ ପକ୍ଷରୁ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି ବୈଠକ

unnamed
ନାଲକୋ ପକ୍ଷରୁ ଭାରତ ସରକାରଙ୍କ ରାଜଭାଷା ବିଭାଗ ଅଧିନସ୍ଥ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି ଭୁବନେଶ୍ଵରର ପ୍ରଥମ ବୈଠକ ଆଜି ତାରିଖରେ ଆୟୋଜିତ ହୋଇଥିଲା । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଏହି ବୈଠକରେ ସଭାପତିତ୍ଵ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ଏସ୍.ସି. ପାଢୀ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏ.କେ.ସାହୁ ଏବଂ ମହାପ୍ରବନ୍ଧକ ଶ୍ରୀ ଏଚ୍.ସି.ପ୍ରଧାନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟ କ୍ରମରେ ଭୁବନେଶ୍ଵର ସ୍ଥିତ ଭାରତ ସଂଚାର ନିଗମ,ଏୟାରପୋର୍ଟ ଆଥୋରିଟି,ଭାରତୀୟ ସମବାୟ ବିଭାଗ ନିଗମ,ରାଇଟ୍ସ,ଆରଆଇଏନ୍ଏଲ୍,ବୀମା କମ୍ପାନୀ,ତୈଳ କମ୍ପାନୀ ଏବଂ ବିଭିନ୍ନ ସରକାରୀ ଉଦ୍ୟୋଗରୁ ୩୨ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ପ୍ରାରମ୍ଭରେ,ସମିତିର ସଦସ୍ୟ ସଚିବ ଶ୍ରୀ ସୁଦର୍ଶନ ତରାଇ ସ୍ଵାଗତ ଭାଷଣ ପ୍ରଦାନ କରି ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତିର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

Share in top social networks!