ଜାତୀୟ ଆଦିବାସୀ କଳା ଓ କଳାବସ୍ତୁ ମେଳା ଉଦ୍ ଯାପିତ

46196ଆଜି ସ୍ଥାନୀୟ ଏସ୍.ସି.ଏସ୍.ଟି.ଆର ଟି.ଆଇ ପରିସରରେ ଡିସେମ୍ବର ୧୯ ତାରିଖ ରୁ ଚାଲିଥିବା ଜାତୀୟ ଆଦିବାସୀ କଳା ଓ କଳାବସ୍ତୁ ମେଳା ଉଦଯାପିତ ହୋଇଛି । ଉଦଯାପନ ଦିବସରେ ୨୫ଟି ଷ୍ଟଲ ର ୭୦ ଜଣ କଣ୍ଠଶିଳ୍ପୀ ଙ୍କୁ ମୋମେଣ୍ଟୋ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ୫ ଦିନିଆ ମେଳାରେ ଓଡିଶାକୁ ମିଶାଇ ୧୨ଟି ରାଜ୍ୟର ପ୍ରତିଭାମାନ କଣ୍ଠଶିଳ୍ପୀମାନେ ସେମାନଙ୍କର କଲାଶିଳ୍ପ ପ୍ରଦର୍ଶନ କରି ଆଦିବାସୀ କଳା,ସଂସ୍କୃତି,ଓ ପରମ୍ପରାର ପରିଚୟ ଦେଇଥିଲେ । ଜାତୀୟସ୍ତରୀୟ ମେଳାରେ କଣ୍ଠଶିଳ୍ପୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ । ମଧ୍ୟପ୍ରଦେଶ,ଆସାମ,ମଣିପୁର,ପଶ୍ଚିମବଙ୍ଗ ଆଦିରାଜ୍ୟ ର ପ୍ରତିଭାମାନ ଶିଳ୍ପୀମାନେ ସେମାନଙ୍କର ଉତ୍କୃଷ୍ଟ କଲାଶିଳ୍ପ ଦ୍ଵାରା ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ । ଦର୍ଶକମାନେ ଏହି ଜାତୀୟ କଳା ଓ କଳାବସ୍ତୁ ମେଳାକୁ ସଂଦର୍ଶନ କରିବା ସହିତ ଆଦିବାସୀ ସଂଗ୍ରହାଳୟ କୁ ବୁଲି ଦେଖିବାର ସୁଯୋଗ ପାଇଥିଲେ । ଏହି ମେଲାରେ ୫ ଲକ୍ଷରୁ ଅଧିକ ଜିନିଷପତ୍ର କ୍ରୟବିକ୍ରୟ ହୋଇଥିଲା । ଏହି ଜାତୀୟ ଆଦିବାସୀ କଳା ଓ କଳାବସ୍ତୁ ମେଳା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରଶିକ୍ଷଣ ଓ ଇନ୍ଦିରାଗାନ୍ଧି ଜାତୀୟ ମାନବ ସଂଗ୍ରହାଳୟ ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଉଦଯାପନ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଖିଳ ବିହାରୀ ଓତା,ଆଇ.ଜି .ଆର.ଏମ୍.ଏସ୍ ର ଅଧିକାରିଗଣ ଙ୍କ ସହିତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Share in top social networks!