ଡ.ରଘୁନାଥ ମହାପାତ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ ଉଦଘାଟିତ

46283
ଓଡିଶାରେ ଥିବା ବିଭିନ୍ନ ପୁରାତନ ମନ୍ଦିର ତଥା ଐତିହ୍ୟ ତାର ସୁନ୍ଦର କାର୍ଯ୍ୟ ପାଇଁ ବିଶ୍ଵ ପ୍ରସିଦ୍ଧ । ବିଶେଷ କରି ପଥରରେ ଖୋଦିତ କାରୁକାର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଓଡିଶା ମୁହାଁ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ସ୍ଥାନୀୟ ଶିଶୁପାଳ ଗଡରେ ‘ଡ.ରଘୁନାଥ ମହାପାତ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ’ ର ଉଦଘାଟନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି । -ଫାଉଣ୍ଡେସନ କୁ ଉଦଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଡ.ମହାପାତ୍ରଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ ,ତାଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ଯୋଗୁଁ ଓଡିଶା ଆଜି ବିଦେଶରେ ପରିଚିତ । ଏହି ଫାଉଣ୍ଡେସନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବବୋଲି ସେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷିମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ,ରଘୁନାଥଙ୍କ କାରୁକାର୍ଯ୍ୟର ସ୍ଵତନ୍ତ୍ରତା ରହିଛି । ଫାଉଣ୍ଡେସନ ଦ୍ଵାରା ଏହି କଳାର ଅଧିକ ପ୍ରଚାର ଓ ପ୍ରସାର ହୋଇ ପାରିବ । କାର୍ଯ୍ୟକ୍ରମରେ ଡ.ମହାପାତ୍ରଙ୍କୁ ଗୁରୁ ଶ୍ରୀ ଗୁରୁଜୀ ମଧ୍ୟ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ମିନି କୋଣାର୍କ ପ୍ରତିଷ୍ଠାକୁ ସମର୍ଥନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଡ.ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ପଥର ଡାଲା ଓ ଅତିଥି ମାନଙ୍କୁ । ପଥର ମୂର୍ତି ପ୍ରଦାନ କରିଥିଲେ । ଉତ୍ସବରେ ସ୍ମରଣିକା ‘ସ୍ଥପତି’ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ ପାଇଁ ଦଣ୍ଡିତ ଦାମୋଦର ହୋତାଙ୍କୁ ସରସ୍ଵତୀ ସମ୍ମାନ,ମର୍ଦଳ ବାଦକ ଗୁରୁ ବନମାଳି ମହାରଣାଙ୍କୁ ଚିତ୍ରରଥ ସମ୍ମାନ,ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଓ ସୁର ସିଙ୍ଗାରୀ ଉତ୍କଳିକା ପାହାଡସିଂଙ୍କୁ ଉର୍ବଶୀ ସମ୍ମାନ,ସ୍ଥପିତ ଅନ୍ତର୍ଯ୍ୟାମୀ ମଙ୍ଗରାଜ,ବିଜୟ କୁମାର ମହାରଣା ଗଙ୍ଗାଧର ମହାରଣା,ପ୍ରଦୀପ ସେଣଙ୍କୁ ବିଶ୍ଵକର୍ମା ସମ୍ମାନ ପ୍ରଦାନ କରାଯାଇଥିଲା ।

Share in top social networks!