ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ଅଧକ୍ଷ ଡଃ.ଦାମୋଦର ରାଉତଙ୍କ ୭୦ତମ ଜୟନ୍ତୀ ଫରେଷ୍ଟ ପାର୍କ ଠାରେ ବୈଦିକ ରୀତିରେ ଅନୁଷ୍ଟିତ

ସ୍ଵାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ଜନମାନସର ପ୍ରିୟ ନେତା ତଥା ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ଅଧକ୍ଷ ଡଃ.ଦାମୋଦର ରାଉତଙ୍କ ୭୦ତମ ଜୟନ୍ତୀ ଫରେଷ୍ଟ ପାର୍କ ଠାରେ ବୈଦିକ ରୀତିରେ ଅନୁଷ୍ଟିତ ହୋଇଯାଇଛି| ଏ ଉପଲକ୍ଷେ ଦେବପାଠ, ଶଙ୍ଖଧ୍ଵନୀ ସହ  ବୈଦିକ ରୀତିରେ ଡଃ.ଦାମୋଦର ରାଉତଙ୍କ ଜୟନ୍ତୀ ଚିନ୍ତା ଓ ଚେତନା ପକ୍ଷରୁ ଅନୁଷ୍ଟିତ ହୋଇଥିଲା | ସମାଜର ସବୁବର୍ଗର ବୁଦ୍ଧିଜୀବୀ ତଥା ସାଧାରଣ ଜନତା ଏଥିରେ ବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ | ଏକ ବିରାଟକାୟ ଫୁଲମାଳକୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା   ଡଃ ସାମନ୍ତ, ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ, ମେଟ୍ରୋଲୋଜି ନିର୍ଦେଶକ ଶରତ କୁମାର ସାହୁ, ଅକ୍ଷୟ କୁମାର ସାହୁ, ଡଃ. ରାଉତଙ୍କୁ ପ୍ରଦାନ କରିଥିଲେ |
ଅନ୍ୟମାନଙ୍କ ଭିତରେ ସହଦେବ ସାହୁ, ସୁଜାତା ଦାସ, ସୁମନ ସିଁ, ଧୀରେନ ଦାସ, ଡଃ. ଚପଳା ଶତପଥୀ, ପ୍ରଫେସର ପ୍ରୀତିରନ୍ନଜନ, ସତ୍ୟବ୍ରତ ମହାନ୍ତି, ବାବୁଲି ରଣା, ବରିଷ୍ଠ ସାମ୍ବାଧିକ ପ୍ରୋଦୋଷ କୁମାର ପଟନାୟକ, ରବୀନ୍ଦ୍ର ବିଶ୍ଵାଳ, ଦିଲୀପ କୁମାର ହାଲୀ, ଈ.ମିଲନ ଖୋଣ୍ଡଇ, ଉତ୍କଳ ମହିଳା ସମୁଖୟ ର କର୍ମକତା ବୃନ୍ଦ ପୁଷ୍ପା ଗୁଛ ଦେଇ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ |
ଉପସ୍ଥିତ ସମବେତ ଡଃ. ରାଉତଙ୍କ ଦୀର୍ଘ ନିରାମୟ ଜୀବନ ତଥା ରାଜ୍ୟବାସୀଙ୍କ ପାଇଁ ଉଶ୍ଚାର୍ଗ୍ରୀକୃତ ସେବା ବହୁଗୁଣିତ ହେବା ପାଇଁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରିଥିଲେ | ଏକ ବିରାଟକାୟ କେକକୁ କଟିଥିଲେ ଡଃ.ଦାମୋଦର ରାଉତ | ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା|
ଉତରରେ ମନ୍ତ୍ରୀ ଡଃ.ରାଉତ ଚିନ୍ତା ଓ ଚେତନାର ଏପରି ଆୟୋଜନକୁ  ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମସ୍ତେ ମିଳିମିଶି ରାଜ୍ୟ ବିକାଶରେ କାର୍ଯ୍ୟ  କରିବାକୁ ଆହ୍ଵାନ ଦେଇଥିଲେ ଓଡିଶାବାସୀଙ୍କ ମୁହଁରେ ହସ ଫୁଟାଇ ପାରିଲେ ଏଇ ଜୟନ୍ତୀଉତ୍ସବ ପାଳନ କରିବା ସାର୍ଥକ ହେବ  ସମବେତଙ୍କ ସ୍ନେହଶ୍ରଦ୍ଧା, ଓ ଆଶୀର୍ବାଦ ମତେ ଅଧିକ କାର୍ଯ୍ୟକ୍ଷମ କରିବାରେ ଶକ୍ତି ଓ ସାହସ ଯୋଗାଇବ ବୋଲି ସେ ଉତରରେ ମତ ଦେଇଥିଲେ| ଡଃ ସାମନ୍ତ ଓ ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ  ଆର୍ପଣ କରିଥିଲେ |
କାପିଟାଲ ହସ୍ପିଟଲରେ ଏହି ଉପଲକ୍ଷେ ରୋଗୀମାନଙ୍କୁ ଫଳ ଓ ଜଳ ବଣ୍ଟନ କରଯାଇଥିଲା |
Share in top social networks!