ରାଜ୍ୟର ଏକାଦଶ ଓ ଅନୁଗୁଳରେ ପ୍ରଥମ ‘ହାଭେଲ୍ସ ଗାଲାକ୍ସି’ ଷ୍ଟୋର

Inauguration pix2ଦ୍ରୁତ ଅଭିବୃଦ୍ଧିଶୀଳ ବୈଦ୍ୟୁତିକ କମ୍ପାନୀ ତଥା ବିଦ୍ୟୁତ ବଣ୍ଟନ ପାଇଁ ଯନ୍ତ୍ରାଂଶ ନିର୍ମାଣରେ ଅଗ୍ରଣୀ କମ୍ପାନୀ ଭାବରେ ପରିଗଣିତ ୧.୩ ବିଲିୟନ ଡଲାର ମୂଲ୍ୟର ହାଭେଲ ଇଣ୍ଡିଆ ଲିମିଟେଡ ଅନୁଗୁଳ ସହରରେ ନିଜର ସ୍ଵତନ୍ତ୍ର ଖୁଚୁରା ସୋରୁମ ‘ହାଭେଲ୍ସ ଗାଲାକ୍ସି’ ଖୋଲିଛି । ଅନୁଗୁଳ ସହରରେ ‘ହାଭେଲ ଗାଲାକ୍ସି’ର ଏହା ପ୍ରଥମ ସୋରୁମ ହୋଇଥିବାବେଳେ ରାଜ୍ୟରେ ଏକାଦଶ । ସମଗ୍ର ଦେଶରେ କମ୍ପାନୀର ୨୦୦ରୁ ଉର୍ଦ୍ଧ୍ଵ ସୋରୁମ ରହିଛି । ‘ହାଭେଲ୍ସ ଗାଲାକ୍ସି’ର ଏହି ନୂଆ ସୋରୁମ ଅନୁଗୁଳ ସହର ବାସିନ୍ଦାଙ୍କ ସମସ୍ତ ଆବଶ୍ୟକତା ପୂରଣ କରିପାରିବ । ଘରେ ବିଦ୍ୟୁତ ସରବରାହଠାରୁ ଆରମ୍ଭ କରି ଆଲୋକା ଜଳିବା ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ଉପକରଣ ଏଠାରେ ଉପଲବ୍ଧ ହେବ । ଏଠାରେ ଆକର୍ଷଣୀୟ,ସୌଖିନ,ଉଚ୍ଚ ଗୁଣାତ୍ମକ ମାନ ଓ ବିଦ୍ୟୁତ ସଞ୍ଚୟ କରିବା ଭଳି ଶିଳ୍ପ ସ୍ଵିଚଗିୟର,କେବୁଲ, ପଙ୍ଖା ,ସିଏଫଏଲ,ଆଲୋକିକରଣ ସାମଗ୍ରୀ,ବୈଦ୍ୟୁତିକ ଜଳ ଗରମ ଯନ୍ତ୍ର,କ୍ରାବଟ୍ରି ,ସ୍ଵିଚ ଓ ଘରୋଇ ଉପକରଣା ଆଦି ଉପଲବ୍ଧ । ହାଭେଲ୍ସ ର ଅଧିକାଂଶ ଉପକରଣ ଏବେ ଘରୋଇ ସାଜସଜାର ଅଂଶବିଶେଷ ହୋଇଗଲାଣି । ଏଥିରେ ଜଣଙ୍କ ବ୍ୟକ୍ତିତ୍ବ ଓ ଜୀବନ ଶୈଳୀ ମଧ୍ୟ ପ୍ରତିଫଳିତ ହେଉଛି । ଆଜିକାଲି ଜନସାଧାରଣ ବହୁ କିସମ ବୈଦ୍ୟୁତିକ ସାମଗ୍ରୀ ବାଛୁଛନ୍ତି । ଜନସାଧାରଣ ଭଲ ଓ ସୁବିଧାଜନକ ସାମଗ୍ରୀ ଚାହୁଛନ୍ତି । ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ବୈଦ୍ୟୁତିକ ଶିଳ୍ପ କ୍ଷେତ୍ରରେ ‘ହାଭେଲ୍ସ ଗାଲାକ୍ସି’ ଏକ ନୂଆ ଚିନ୍ତାଧାରା ପ୍ରକାଶ କରିବାକୁ ଯୋଜନା କରିଛି । ଅନୁଗୁଳରେ ‘ହାଭେଲ୍ସ ଗାଲାକ୍ସି’ର ଷ୍ଟୋର ଖୋଲିବା ଅବସରରେ ହାଭେଲ୍ସ ଇଣ୍ଡିଆ ଲିମିଟେଡର ଜେଏମଡ଼ି ଅନିଲ ରାଏ ଗୁପ୍ତା ଆନନ୍ଦ ପ୍ରକାଶ କରିବା ସହ ‘ହାଭେଲ୍ସ ଗାଲାକ୍ସି’ ହେଉଛି ନୂତନ ନେତୃତ୍ଵର ପ୍ରତୀକ ବୋଲି କହିଥିଲେ । ଆଧୁନିକ ଜୀବନଶୈଳୀ ର ଚାହିଦା ଅନିଯାୟୀ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ବିଦ୍ୟୁତ ସାମଗ୍ରୀ ଏଠାରେ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏଠାରେ ଗୋଟିଏ ସ୍ଥାନରେ ସମସ୍ତ ସାମଗ୍ରୀ ଉପଲବ୍ଧ ହେବ । ହାଭେଲ୍ସ ଓଡିଆରେ ନିଜର ବ୍ୟବସାୟ ଆରମ୍ଭ କରିବା ଦିନ ଠାରୁ ଏହାର ବ୍ୟବସାୟ ବୃଦ୍ଧି ପାଇଚାଲିଛି । ଏହାର ଉତ୍ପାଦଗୁଡିକ ଆକର୍ଷଣୀୟ ଓ ଅତ୍ୟାଧୁନିକ ବୈଷୟିକ ପ୍ରଯୁକ୍ତି ସମ୍ପନ୍ନ ବୋଲି ସେ କହିଛନ୍ତି । ଗାଲାକ୍ସ ହାଭେଲ୍ସ ହେଉଛି ଏକ ୱାନ ଷ୍ଟପ୍ ସପ୍ । ଯାହାକି ଖୁଚୁରା ବଜାରରେ ଦେଖିବାକୁ ମିଳୁଥିବା ଷ୍ଟୋର ତୁଳନାରେ ଭିନ୍ନ ଓ ଅନନ୍ୟ । ଏହା ଦ୍ଵାରା କମ୍ପାନୀ ଉପଭୋକ୍ତାଙ୍କ ସହ ସିଧାସଳଖ ସମ୍ପର୍କ ରକ୍ଷା କରିପାରିବ । ଗତ କିଛି ବର୍ଷ ଧରି ହାଭେଲ୍ସ ରାଜ୍ୟରେ ନିଜର ଉତ୍ପାଦ ବିକ୍ରି କରୁଥିବାବେଳେ ଏହା ହେଉଛି ରାଜ୍ୟର ଏକାଦଶ ଷ୍ଟୋର । ହାଭେଲ୍ସ ର ବ୍ୟବସାୟ ମଧ୍ୟ ଓଡିଶାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ଏହାର ୨୦୦ରୁ ଉର୍ଦ୍ଧ୍ଵ ‘ହାଭେଲ୍ସ ଗଲାକ୍ସି’ ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅଧିକ ‘ହାଭେଲ୍ସ ଗାଲାକ୍ସି’ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ପ୍ରକାର ଇଲେକ୍ଟିକାଲ ସାମଗ୍ରୀ ଓ ଲାଇଟ କିଣିବାରେ ଏହା ଏକ ପ୍ରମୁଖ ଷ୍ଟୋର ।

Share in top social networks!