ଏସ.ଆର.ରୁଙ୍ଗଟା ଗ୍ରୁପର ଆନ୍ତଃ ଖଣି ବ୍ୟାଡମିଣ୍ଟନ ଅନୁଷ୍ଠିତ

DSC01290କୋଇଡା ଖଣି ଅଞ୍ଚଳ ଅନ୍ତର୍ଗତ କନ୍ଥର କୋଇଡା ରୁଙ୍ଗଟା ରେସିଡେନ୍ସିଆଲ କଲୋନୀର କୁତ୍ରିମ ଇନଡୋର ଷ୍ଟାଡିୟମରେ ଗତ ଦୁଇ ଦିନ ଧରି ଏସ୍.ଆର ରୁଙ୍ଗଟା ଗୃପର ଘାଟକୁରୀ ଖଣି,ଜଜାଙ୍ଗ ଖଣି ,ସିଲଘୋରା ଖଣି,ନିଦିଡିହ ର ୨ଟି ଖଣି,ଓରାଘାଟ ଖଣି,ସାନ-ଇନ୍ଦପୁର ଖଣି କଲମଙ୍ଗ ଖଣି,କାଟା ସାହି ଖଣି,କନ୍ଥର କୋଇଡା ଖଣି,ସାରକୁଣ୍ଡା ଖଣି,କମଣ୍ଡୋ ଖଣି,କୁସୁମଡ଼ିହି ଖଣି,ତେହେରାଇ ଖଣି,ନୟାଗଡ ସାଇଡିଂ,ବାଉଁଶ ପାଣି ସାଇଡିଂ ,ଘୋଡା ସାଇଡିଂ,ବଡ଼ବିଲ ସାଇଡିଂ,ଜାମଦା ସାଇଡିଂ,ଡାଙ୍ଗୁଆପୋଶି ସାଇଡିଂ ଷ୍ଟାଫ୍ ଓ କେନ୍ଦ୍ରୀୟ ଖଣି କାର୍ଯ୍ୟାଳୟ ବଡ଼ବିଲ ଷ୍ଟାଫଙ୍କୁ ନେଇ ପ୍ରାୟ ୪୦ ଟି ଦଳ ମଧ୍ୟରେ ଏକ ଆନ୍ତଃ ଖଣି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଜଜାଙ୍ଗ ଖଣିର ବିକାଶ କୁମାର ଓ ଡଃ ଲେଙ୍କା ଚମ୍ପିୟାନ ହୋଇଥିବା ବେଳେ ଏସ୍.ଆର ରୁଙ୍ଗଟାର ବଡ଼ବିଲ କାର୍ଯ୍ୟାଳୟ ରେ ରାମପାଲ ସିଂ ଚୌଧୁରୀ ଓ ସଂଗ୍ରାମ କେଶରୀ ଗଡନାୟକ ରନର୍ସଅପ୍ ହୋଇଥିଲେ ,୩ୟ ଦଳ ଭାବରେ ହୋଷ୍ଟ ତେହେରାଇ ଖଣିର ବିଭବ ବିଶ୍ଵାଳ ଓ ଆନନ୍ଦ ଶୁକ୍ଲା ବିବେଚିତ ହୋଇଥିଲେ । ସମସ୍ତ କୃତୀ ଖେଳାଳିମାନଙ୍କୁ ଏସ୍.ଆର ରୁଙ୍ଗଟା ଗୃପର କୋଇଡା ଖଣି ଅଞ୍ଚଳ ଅଧିକାରୀ ଅନ୍ତଶଙ୍କର ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ ତେହେରାଇ ଖଣିର ପରିଚାଳକ ବିମଳେଶ କୁମାର ଶ୍ରୀନାସ୍ତବ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳ ପରିଚାଳନା ହୋଇଥିବାବେଳେ ସମସ୍ତ ଖେଳାଳି ଏବଂ ଅନ୍ୟାନ୍ୟ ଉତ୍ସାହୀ ଖେଳାପ୍ରେମୀ ଦର୍ଶକମାନଙ୍କର ଅର୍ଭ୍ୟଥନା କାର୍ମିକ ପ୍ରବନ୍ଧକ ଅଜୟ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ସି.ଏସ୍.ଆର. ଉପପ୍ରବଂଦ୍ଧକ ଅଞ୍ଜନ ଲେଙ୍କା,ସହ ପ୍ରବନ୍ଧକ ଗୌରୀଶଙ୍କର ସହକର୍ମୀ ଧୀରଜ ରଥ, ଅବନୀ ପାତ୍ର,ଭାଗିରଥି ପଣ୍ଡା ,ପ୍ରଦୀପ୍ତ ଭାନୁ ପଟ୍ଟନାୟକ,ବନବିହାରୀ ମହାନ୍ତି ଆଦି କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏସ୍.ଆର ରୁଙ୍ଗଟା ର ମୁଖ୍ୟ ବରିଷ୍ଠ ମହା ପ୍ରବନ୍ଧକ ରାମୁ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଖୁସି ପ୍ରକଟ କହିଛନ୍ତି କି ଏହାଦ୍ୱାରା ଏସ୍.ଆର ରୁଙ୍ଗଟା ଗ୍ରୁପ ର ସମସ୍ତ କର୍ମୀ ଓ କର୍ମଚାରୀ ମଧ୍ୟରେ ବନ୍ଧୁତ୍ଵର ବିକାଶ ଏବଂ ଭାତୃତ୍ଵ ବୋଧର ବିକାଶ ହେବା ସଙ୍ଗେସଙ୍ଗେ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇ ସମସ୍ତ ମାନବ ସମ୍ବଳର ଉନ୍ନତି ହୋଇ ପାରିବ ।

Share in top social networks!