ଫେବୃୟାରୀରେ ଓଡିଶା ଆସିବେ ମୋଦି

download (1)
ଆସନ୍ତା ଫେବୃୟାରୀ ଦ୍ଵିତୀୟ ସପ୍ତାହରେ ଭୁବନେଶ୍ଵର ଆସିବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ । ତାରିଖ ଧାର୍ଯ୍ୟ ହୋଇନାହିଁ । କି’କାର୍ଯ୍ୟକ୍ରମର ରୂପରେଖ ସ୍ଥିର ହୋଇନାହିଁ । ତେବେ,କେନ୍ଦ୍ରୀୟ ସଙ୍ଗଠନରୁ ରାଜ୍ୟ ନେତୃବର୍ଗଙ୍କୁ ଏଭଳି ଅସ୍ପଷ୍ଟ ଇସାରା ମିଳିଛି । ସମ୍ଭବତଃ,ଫେବୃୟାରୀ ୧୧ ତାରିଖ ଦିନ ରାଜଧାନୀରେ ମୋଦୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ । ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ଵ ନେବା ପରେ ଗଲା ଜୁଲାଇ ୧୬ ତାରିଖ ଦିନ ଓଡିଶା ଆସିଥିଲେ ମୋଦି । ତେବେ ସେଥର ଗସ୍ତରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ବା ସଭା,ସମାବେଶ ରକ୍ଷା ଯାଇନଥିଲା । ଓଡିଶାରେ ଦଳୀୟ ସଂଗଠନ ଅସଜଡା ଅବସ୍ଥାରେ ଥିବା ବେଳେ,ଛାମୁଆ କାର୍ଯ୍ୟକର୍ତ୍ତାମାନଙ୍କ ଭିତରେ ବିଭେଦ କୁହୁଳୁଥିବା ବେଳେ,ସାନରୁ ବଡ ଦଳର ସବୁ ନେତା ଓ କର୍ମୀ ଦ୍ଵନ୍ଦଗ୍ରସ୍ତ ଥିବାବେଳେ,ମୋଦିଙ୍କ କାର୍ଯ୍ୟକ୍ରମ କି କରିସ୍ମା ଦେଖାଇବ ବୋଲି ରାଜନୈତିକ ପଣ୍ଡିତମାନେ ପ୍ରଶ୍ନ କରୁଛନ୍ତି ।

Share in top social networks!