ସଚିବାଳୟରେ ଇଂରାଜୀ ଦକ୍ଷତା କାର୍ଯ୍ୟକ୍ରମ

46216
ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଇଂରାଜୀ ଭାଷା ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଇଂରାଜୀ ଭାଷା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭାଗର ୪୨ ଜଣ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ । ଏଥିରେ କମ୍ୟୁନିକେଶନ ସ୍କିଲ୍,ସ୍ପୋକେନ ଇଂଲିସ,ଇତ୍ୟାଦି ସ୍ଥାନ ପାଇଥିଲା । ସେପ୍ଟେମ୍ବର ୩ରୁ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଉଷା ପାଢୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଏଲଟିଆଇର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ଉପସ୍ଥିତ ଥିଲେ । ବିଭିନ୍ନ ଅଧିବେଶନରେ ଇଏଲଟିଆଇ ପକ୍ଷରୁ ପ୍ରତାପ କୁମାର ସାମନ୍ତସିଂହାର,ରବୀନ୍ଦ୍ର ନାଥ ମହାନ୍ତି । ଲଳିନ୍ଦ୍ର ଅମାତ ପ୍ରମୁଖ ଯୋଗଦେଇଥିଲେ ।

Share in top social networks!