ଡିଆଇଡି ଟପ ଟେନରେ ଓଡିଆ ଝିଅ ଅରୁନ୍ଧତୀ

download
ଜିଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୪’ ର ଟପ ଟେନରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ ସ୍ଥାନ ପାଇଛନ୍ତି । ମନ୍ଦାକିନୀ ଜେନାଙ୍କ ଠାରୁ ନୃତ୍ୟ ସିଖୁଥିବା ଅରୁନ୍ଧତୀ ପ୍ରହମେ ଟାପ ୧୮ ରେ ସ୍ଥାନ ପାଇଥିଲେ ହେଁ ଦୁର୍ଭାଗ୍ୟବଶତଃ ପ୍ରତିଯୋଗିତାରୁ ବାଦ ପଡିଥିଲେ । ହେଲେ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମାଧ୍ୟମରେ ପୁଣି ଡିଆଡି ମଞ୍ଚକୁ ଓହ୍ଲାଇଛନ୍ତି । ୧୬ ବର୍ଷ ବୟସ୍କା ଏହି ନୃତ୍ୟ ଶିଳ୍ପୀ ଓଡିଶୀ,ଭାରତନାଟ୍ୟମ,ଛଉ,କଣ୍ଟେମ୍ପରାରି,ହିଫହପ,ଜାଜ, ବଲିଉଡ ଓ ପ୍ରି ଷ୍ଟାଇଲ ରେ ନୃତ୍ୟ ପରିବେଷଣ କରିପାରନ୍ତି । ତାଙ୍କୁ ଆଗକୁ ଯିବାକୁ ହେବେ ଏବେ ଭୋଟିଂର ଆବଶ୍ୟକତା ଅଛି । ତେଣୁ ରାଜ୍ୟବାସୀ ତାଙ୍କୁ ବହୁଳ ମାତ୍ରାରେ ଭୋଟ ଦେଇ ଜିତାଇବାକୁ ତାଙ୍କ ବାପା ରଣଧୀର ଗଡନାୟକ ଏବଂ ମା’ ସୋନାଲି ସିଂହ ଅନୁରୋଧ କରିଛନ୍ତି । ଅରୁନ୍ଧତୀଙ୍କୁ ଭୋଟ ଦେବା ପାଇଁ ୧୮୦୦୮୩୩୬୦ ରେ ମିସ କଲ୍ ଦେଇପାରିବେ । ଅରୁନ୍ଧତୀଙ୍କ କୋଡ ହେଉଛି ୦୯ । ଅରୁନ୍ଧତୀଙ୍କୁ ମଧ୍ୟ ଅନଲାଇନ ରେ ମଧ୍ୟ ଭୋଟ ଦେଇହେବ । ଏଥିପାଇଁ www.zeetv.com /did4 କୁ ଯାଇ ଅରୁନ୍ଧତୀଙ୍କୁ ଭୋଟ ଦେବାକୁ ହେବ ।

Share in top social networks!