ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

images (4)
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଖୋର୍ଦ୍ଧା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ବରୁଣେଇ ଠାରେ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଉଦଘାଟନ କରିବା ସହିତ ପଲାରାସ୍ତା ପ୍ରଶସ୍ତ୍ରୀକରଣ କାର୍ଯ୍ୟରେ ଶିଳାନ୍ୟାସ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ CDPO ନୂତନ କାର୍ଯ୍ୟାଳୟ ଏବଂ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କ ପାଇଁ micro credit ସହାୟତା ବଣ୍ଟନ କରିଥିଲେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶହେଶଯ୍ୟା ବିଶିଷ୍ଟ ମା ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଏହି ସବୁ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୁବନେଶ୍ଵର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ,ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ ।

Share in top social networks!