ମହିଳା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନେ ନିଷ୍ଠା,ପ୍ରଚେଷ୍ଟା ଓ ପ୍ରଗାଢ ଉଦ୍ୟମର ପ୍ରତୀକ-ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ

DSC_0188
ସ୍ଥାନୀୟ ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟଶାଖା କାର୍ଯ୍ୟାଳୟ ଠାରେ ଯୁବ ରେଡକ୍ରସ ଶାଖା ପକ୍ଷରୁ ମହିଳା ସ୍ଵେଚ୍ଛାସେବୀ ମାନଙ୍କ ଦୁଇଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ପ୍ରାଥମିକ ସେବା ତାଲିମ,ଯୋଗାସନ ଶିକ୍ଷା,ସଡକ ସୁରକ୍ଷା ତଥା ଜୀବନ ସୁରକ୍ଷା ନିମନ୍ତେ ରାଜ ରାସ୍ତାର ପଥଚାରୀଙ୍କ ମଧ୍ୟରେ ସଚେତନତାମ୍ବିପର୍ଜ୍ୟୟ ସମୟରେ ଜନସାଧାରଣଙ୍କୁ ଉଦ୍ଧାର କୌଶଳ;ରକ୍ତଦାନର ମହତ୍ଵ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ସକାଳ ୯.୩୦ ଘଟିକା ସମୟରେ ମହିଳା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡିଶା ଯୁବ ରେଡକ୍ରସ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତିଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର । ସେ ତାଙ୍କ ଅଭିଭାଷଣରେ ଯୁବ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଯଥା ସ୍ଵେଚ୍ଛାକୃତ ରକ୍ତଦାନ,ସଡକ ସୁରକ୍ଷା ସଚେତନତା,ବୃକ୍ଷ ରୋପଣ,HIV/AIDS ସଚେତନତା,ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗ ବିଷୟରେ ସଚେତନତାର ଭୂୟସୀ ପ୍ରଶଂସା କରିବା ସହିତ ନାରୀ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ମାନ୍ୟବର ମନ୍ତ୍ରୀ କହିଲେ ଯେ ସ୍ଵେଚ୍ଛାକୃତ ସେବା ମନୋଭାବ ମହିଳା ମାନଙ୍କର ଆନ୍ତର୍ନିହିତ ଗୁଣ । ସ୍ଵେଚ୍ଛାସେବୀ ସହିତ ସମାଜର ସମସ୍ତ କୁସଂସ୍କାର ଏବଂ ସାମାଜିକ ସମସ୍ୟାର ସମାଧାନ ନିମନ୍ତେ ମହିଳା ନେତୃତ୍ଵ ଅବଶ୍ୟାମ୍ଭବୀ । ଓଡିଶା ଯୁବ ରେଡକ୍ରସ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ସ୍ଵାଗତ ଭାଷଣରେ କହିଲେଯେ ସର୍ବପ୍ରଥମ ଥର ପାଇଁ ରେଡକ୍ରସ ମହିଳା ସ୍ଵେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଅପୂର୍ବ ସାଫଳତା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହିଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ପ୍ରୋତ୍ସାହନ କରିବ । ଯୁବ ରେଡକ୍ରସ ଅଧିକାରୀ ଡଃ ସରିତା ସୁପକାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଉଦଯାପନୀ ଉତ୍ସବରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Share in top social networks!