ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଜୁରୀ ପୁରସ୍କାର ମିଳିଲା

46594
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର india today ର the state of states conclave ରେ ସ୍ଵତନ୍ତ୍ର (jury)ପୁରସ୍କାର ଗ୍ରହଣ କରିବାଉ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜୟରାମ ରମେଶ ଆଜି ଏଠାରେ ରାଜସ୍ଵମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସରକାରଙ୍କ ଉଲ୍ଲେଖନୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ ବିଗତ ଫାଇଲିନ ସମସ୍ୟାରେ ରାଜ୍ୟ ସରକାର ଲକ୍ଷଲକ୍ଷ ଲୋକଙ୍କୁ ଖୁବ କମ ସମୟରେ ପ୍ରଭାବିତ ଅଞ୍ଚଳରୁ ନିରାପଦ ସ୍ଥାନକୁ ଉଦ୍ଧାର କରିପାରିଥିଲେ । ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ india today ର the state of states special jury ପୁରସ୍କାର ପ୍ରଦାନ କରାଗଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଓଡିଶା ସରକାରଙ୍କର ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ବିକେ ମହାପାତ୍ର ଉପସ୍ଥିତ ଥିଲେ । india today ର editor ଇନ chief ଏହି ଉତ୍ସବରେ ସ୍ଵାଗତ ଭାଷଣ ଦେଇ ପୁରସ୍କୃତ ରାଜ୍ୟ ମାନଙ୍କୁ ପ୍ରଶଂସା କରିଥିଲେ । ଓଡିଶାରେ ଫାଇଲିନ ଓ ଉଦ୍ଧାରକାର୍ଯ୍ୟ ଉପରେ ଆଧାରିତ ଏକ documentaryfilm କୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଥିଲେ ।

Share in top social networks!