ନୂତନ କୃଷିନୀତି ପ୍ରୟୋଗ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମାଧ୍ୟମରେ ଜୀବିକା ନିର୍ବାହ ଓ ଋଣ ସହାୟତା ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

images
ନୂତନ କୃଷିନୀତି କାର୍ଯ୍ୟକାରିତା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଆନୁଷଙ୍ଗିକ କ୍ଷେତ୍ରରେ ଜୀବିକା ନିର୍ବାହ ଓ ଋଣ ସହାୟତା ସମ୍ପର୍କିତ ରାଜ୍ୟସ୍ତରୀୟ କାର୍ମଶାଳା ଆଜି ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ମେ ଫେୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଏହି ରାଜ୍ୟ ସ୍ତରୀୟ କର୍ମଶାଳାକୁ ଉଦଘାଟନ କରି ବ୍ୟାଙ୍କରସ ମାନେ ନୂତନ କୃଷିନୀତି ଅନୁସରଣ କରି ଆଗାମୀ ଦିନରେ ମତ୍ସ୍ୟଚାଷ,ଗୋପାଳନ,ଡାଏରୀ ଉଦ୍ୟୋଗ,କୁକୁଡା ପାଳନ କ୍ଷେତ୍ରରେ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ,ଦୀର୍ଘ ମିଆଦୀ ସୁଧ ରିହାତି ପ୍ରାଣ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରିବାକୁପରାମର୍ଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଚାଷୀମାନେ ବ୍ୟାଙ୍କ ଋଣ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳି ପାରୁନାହିଁ ବୋଲି ପ୍ରକାଶ କରିଥିଲେ । ବ୍ୟାଙ୍କରସ ମାନେ ସମ୍ବେଦନଶୀଳତା ବିଷୟ ପ୍ରତି ଉଚିତ ଧ୍ୟାନ ଦେଇ ଚାଷିମାନଙ୍କୁ ଅଧିକରୁ ଅଧିକ ଋଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଅର୍ଥ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା,କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା,ଆଲହାବାଦ ବ୍ୟାଙ୍କର ଚେୟାରମ୍ୟାନ ତଥା ଏମଡି ଶ୍ରୀମତୀ ଶୁଭଲକ୍ଷ୍ମୀ ପାନେସେ,ରିଜର୍ଭବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପି.କେ.ଜେନା,ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସିସ.ଜି.ଏମ୍ ଶ୍ରୀ କେ.ଏମ୍ତ୍ରିବେଦୀ,ଇକୋ ବ୍ୟାଙ୍କ ପକ୍ଷରୁ ଏମ୍ଏଲବିସି କନଭେନର ଶ୍ରୀ ଏସ୍.ପି.ସିଂହ,ଏମ୍ଏସ୍ଏମ୍ଇ ବିଭାଗର ସଚିବ ଶ୍ରୀ ପଞ୍ଚାନନ ଦାସ,ଓମଫେଡ଼ର ସିଏମଡି ଶ୍ରୀ ସଞ୍ଜୟ ରାସ୍ତୋଗୀ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ,ପ୍ରାଣୀସମ୍ପଦର ନିର୍ଦ୍ଦେଶକ ଶ୍ରୀକାନ୍ତ ପୁଷ୍ଟି,ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀପି.କୃଷ୍ଣ ମୋହନ ଯୋଗଦେଇ ଆନୁଷଙ୍ଗିକ କୃଷି ଯଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସମ୍ପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ରାଜ୍ୟରେ ଦୁଗ୍ଧ ଓ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ପାଇଁ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇଦେବା ଉପରେ ଆଲୋଚନା କରିଥିଲେ । ଏଥିରେ ଆପିକଲର ଅଧ୍ୟକ୍ଷ ଶ୍ରୀ ସିଂହ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓମ କର ପ୍ରମୁଖ ଯୋଗଦେଇ ଅପିକଲ ମାଧ୍ୟମରେ ସ୍ଥାୟୀ ପୁଞ୍ଜି ବିନିଯୋଗ ରିହାତି ଯୋଜନାରେ ସବସିଡ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏତଦବ୍ୟତୀତ ଏହି କର୍ମଶାଳାରେ ଆଗ୍ରିଫୁଡ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ ପ୍ରତିଷ୍ଠା,ସମ୍ମନ୍ଵିତ କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉପରେ ବୀମା ଯୋଜନା ଏବଂ ଉଦ୍ୟୋଗୀ ସହଯୋଗ,ଉଦ୍ୟାନ କୃଷିରେ ପ୍ରୋତ୍ସାହନ,ମତ୍ସ୍ୟ ଓ ଡାଏରୀ କ୍ଷେତ୍ରରେ ବିକ୍ରିପାଇଁ ମାର୍କେଟିଂ ସୁବିଧା,ଦୁଗ୍ଧ ବିକ୍ରି ଉପରେ ମୂଲ୍ୟ ବୃଦ୍ଧି,ବୀମାନିମନ୍ତେ ତୁରନ୍ତ ମୃତ ପଶୁମାନଙ୍କର ରିପୋର୍ଟ ପ୍ରଦାନ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିରେ ସାମୁଦ୍ରିକ ଖାଦ୍ଯ ରପ୍ତାନୀ ସଂଘର ଆଞ୍ଚଳିକ ମୁଖ୍ୟ ଶ୍ରୀ ଜି.ମହାନ୍ତି,ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରୀ ରାଜୀବ ସାହୁ,ଶ୍ରୀ ସୁଦର୍ଶନ ଦାସ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୃଷି ଉଦ୍ୟୋଗୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।

Share in top social networks!