ଫାଇଲିନ୍ ଦୁର୍ଗତଙ୍କୁ ବିସିଇଟି ତରଫରୁ କମ୍ବଳ ବଣ୍ଟନ

46060
ଆଜି ୩ ଘଟିକା ସମୟରେ ସେରଗଡସ୍ଥିତ ବାଲେଶ୍ଵର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପରିସରରେ ଫାଇଲିନ ଦୁର୍ଗତଙ୍କୁ କମ୍ବଳ ବଣ୍ଟାଯାଇଥିଲା । ସେରଗଡ ଓ ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଗ୍ରାମଗୁଡିକରେ ଫାଇଲିନ ବାତ୍ୟା ତଥା ପରବର୍ତ୍ତୀ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ଗରୀବ ଲୋକମାନଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ସରପଞ୍ଚ,ପଞ୍ଚାୟତ ସମିତିସଭ୍ୟ,ୱାର୍ଡମେମ୍ବରଙ୍କ ଉପସ୍ଥିତିରେ ୩୦୦ ପରିବାରଙ୍କୁ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ମନ୍ମଥ କୁମାର ବିଶ୍ଵାଳଙ୍କ ସମେତ ନିର୍ଦେଶକ ମେଜର (ଡଃ) ଅଭୟ କୁମାର ପଣ୍ଡା।ଉପନିର୍ଦ୍ଦେଶକ ଇଂ ଶ୍ରୀମାନ ଶ୍ରୀଚନ୍ଦନ,ଉପାଧ୍ୟକ୍ଷ ଇଂ ଶ୍ରୀମାନ ଶ୍ରୀଚନ୍ଦନ,ଉପାଧ୍ୟକ୍ଷ ଇଂ ପ୍ରୀତିରଞ୍ଜନ ବିଜୟସିଂ,ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ଆମ୍ବୁଜଲୋଚନ ଦାଶ,ଅଫିସ ସୁପରିଟେଣ୍ଡେଣ୍ଟ ଶ୍ରୀଯୁକ୍ତ ଦିଲ୍ଲୀପ ଦାସ,ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ ଗତ ଫାଇଲିନ ଓ ବାତ୍ୟା ସମୟରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିସିଇଟି ତରଫରୁ ରିଲିଫ ବଣ୍ଟନ କରାଯାଇଥିଲା ।

Share in top social networks!