କମ ପ୍ରିମିୟମରେ ଶସ୍ୟ ବୀମା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

images (1)
ରାଜ୍ୟର ଗରିବ ଚାଷିମାନଙ୍କୁ କମ ପ୍ରିମିୟମରେ ଶସ୍ୟବିମା ଦେବା ଏବଂ ବୀମାର ପୂର୍ବ ମୁତାବକ ଅନୁଯାୟୀ ସୁଧ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାରଙ୍କୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଶ୍ରୀ ପାୱାରଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଏହିଚିଠିରେ ଦର୍ଶାଇଛନ୍ତି ଯେ ଜାତୀୟ କୃଷି ବୀମା ଯୋଜନା ୧୯୯୯ ରୁ ୨୦୦୦ ମଧ୍ୟରେ କାର୍ଯ୍ୟକାରୀ ହେଉଛି । ରବି ଫସଲ ପାଇଁ ୨.୫ ପ୍ରତିଶତ ଏବଂ ଖରିଫ ପାଇଁ ୨ପ୍ରତିଶତ ପ୍ରିମିୟମ ଚାର୍ଜ କରାଯାଉଥିଲା । କେନ୍ଦ୍ର ସରକାର ଏହି ସଂଶୋଧନ ଜାତୀୟ କୃଷି ବୀମା ସ୍କିମ ଏବଂ ଜଳବାଯୁ ଭିତ୍ତିକ ଶସ୍ୟବିମା ପରୀକ୍ଷାମୂଳକ ଭାବେ ଓଡିଶାରେ ଗତ ୫ବର୍ଷ ହେଲା କାର୍ଯ୍ୟକାରୀ ହେଉଛି । ଏହାକୁ ଓଡିଶାର ଚାଷୀମାନେ ଗ୍ରହଣ କରିନାହାନ୍ତି । ପ୍ରିମିୟମ ରେଟ ଅଧିକ ଥିବାରୁ ଏହାକୁ ଗ୍ରହଣ କରୁ ନାହାନ୍ତି । ବର୍ତ୍ତମାନ କେନ୍ଦ୍ରସରକାର ଜାତୀୟ ଶସ୍ୟବିମା ଯୋଜନାକୁ ଯୋଜନାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଚାଷୀମାନେ ଏହି ସଂଶୋଧନ ଜାତୀୟ କୃଷି ବୀମା ଯୋଜନାରେ ପ୍ରିମିୟମ ସ୍କିମକୁ ୬ଟି ଜିଲ୍ଲାରୁ ପ୍ରତ୍ୟାହାର କରିଛନ୍ତି । କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଶସ୍ୟବିମା ସ୍କିମ ପ୍ରସ୍ତୁତ କରି ସେଥିରେ ପ୍ରିମିୟମ ରେଟ କୁ କମ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଜଣାଇଛନ୍ତି ।

Share in top social networks!