ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନରେ ଆଜି ୯୦ ଟି ପ୍ରାର୍ଥୀପତ୍ର ଦାଖଲ

46283ଆସନ୍ତା ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଛି । ଏହି ନିର୍ବାଚନ ପାଇଁ ଆଜି ୯୦ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଏ ପର୍ଯ୍ୟନ୍ତ ୧୦୦୦ଟି ଫର୍ମ ବିକ୍ରି ହୋଇଥିବା ବେଳେ ୧୨୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ଡିସେମ୍ବର ୨୦ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୫ ଘଟିକା ସମୟରେ ଦାଖଲ ହୋଇଥିବା ପ୍ରାର୍ଥିତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରକାଶ ପାଇବ । ଡିସେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଘଟିକା ରୁ ଶେଷହେବା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଗୁଡିକ ତଦାରଖ କରାଯିବ । ଡିସେମ୍ବର ୨୪ ତାରିଖ ପୂର୍ବାହ୍ନ ୧୧ ଘଟିକା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରୁଲ ୨୪ ଅନୁଯାୟୀ ସ୍ଥିରୀକୃତ ସ୍ଥାନରେ ପ୍ରାର୍ଥିତାଲିକା ପ୍ରକାଶିତ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ୩ ଘଟିକାକୁ ଧାର୍ଯ୍ୟ କରାଯାଇଛି । ଆସନ୍ତା ଜାନୁୟାରୀ ୮ ତାରିଖ ରେ ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବାହ୍ନ ୮ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share in top social networks!