ଆଡହକ୍ ଅଧ୍ୟାପକ ନିଯୁକ୍ତି ନିମନ୍ତେ ୧୭,୨୮୨ଟି ଦରଖାସ୍ତ

46083ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ରାଜ୍ୟରେ ସରକାରୀ ଯୁକ୍ତ -୨ ଓ ଡିଗ୍ରୀ କ୍ଳେଜମାନଙ୍କରେ ଆଡହକ୍ ଅଧ୍ୟାପକ/ଅଧ୍ୟାପିକା ପଦବୀ ପୂରଣ କରିବା ନିମନ୍ତେ ପ୍ରକାଶିତ ବିଜ୍ଞାପନର ଆଧାରରେ ୬୨୪ଟି ପଦବୀ ନିମନ୍ତେ ମୋଟ ୧୭,୨୮୨ ଜଣ ମେଧାବି ଛାତ୍ରଛାତ୍ରୀ ଦରଖାସ୍ତ ଦାଖଲ କରିଛନ୍ତି । ରାଜ୍ୟ ସରକାର ଆଡହକ୍ ଅଧ୍ୟାପକ ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିବାରୁ ନିଯୁକ୍ତି ଅପେକ୍ଷାରେ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହା ଉତ୍ସାହ ସୃଷ୍ଟି କରିଛି । ଯୁକ୍ତ-୨ ର ୧୯ଟି ବିଷୟରେ ଖାଲିଥିବା ୨୭୨ଟି ପଦବୀ ନିମନ୍ତେ ୧୧ହଜାର ୯୩୦ଟି ଦରଖାସ୍ତ ବିଭାଗର ହସ୍ତଗତ ହୋଇଥିବାବେଳେ ଡିଗ୍ରୀକଲେଜର ୨୯ଟି ବିଷୟରେ ଖାଲିଥିବା ୨୫୨ଟି ପଦବୀ ପାଇଁ ୫,୩୫୨ଜଣ ପ୍ରାର୍ଥୀ ଦରଖାସ୍ତ କରିଛନ୍ତି । ଦରଖାସ୍ତ ଗୁଡିକ ଯାଞ୍ଚ କରାଯାଇ ମେଧାତାଳିକା ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ବିଜ୍ଞାପନରେ ପ୍ରକାଶ ପାଇଥିବା ବିଭିନ୍ନ କ୍ୟାଟାଗୋରୀ ଅନୁଯାଇ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ଚୁଡାନ୍ତ ହେବା ପରେ ସଂପୂର୍ଣ୍ଣ ମେଧା ଭିତ୍ତିରେ ଖୁବଶୀଘ୍ର ନିଯୁକ୍ତି ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

Share in top social networks!