ଇଣ୍ଡିଆଟୁଡେ କନକ୍ଳେଭରେ ଫାଇଲିନ ବାତ୍ୟା ପରିଚାଳନାରେ ଉତ୍କର୍ଷତା ପାଇଁ ଓଡିଶା ପୁରସ୍କୃତ

46569 ଇଣ୍ଡିଆଟୁଡେ ମାଗାଜିନ ପାଇଁ ଆସନ୍ତା କାଲୀ ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀରେ ହାୟାତ୍ ରେଜେନ୍ସୀଠାରେ ଇଣ୍ଡିଆଟୁଡେ କନକ୍ଳେଭ ଆୟୋଜିତ ହେଉଛି । ଏହି କନକ୍ଳେଭରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥାଏ । ଗତଫାଇଲିନ ବାତ୍ୟା ସମୟରେ ଓଡିଶା ସରକାର ବିପର୍ଯ୍ୟୟ ପରିଚାଳନା,ଉଦ୍ଧାରକାର୍ଯ୍ୟ,ରିଲିଫ ବଣ୍ଟନ ଆଦି କ୍ଷେତ୍ରରେ ନେଇଥିବା ପ୍ରଶଂସନୀୟ ପଦକ୍ଷେପ ଓ କାର୍ଯ୍ୟବଳୀ ପାଇଁ ଇଣ୍ଡିଆ ଟୁଡେ କନକ୍ଳେଭରେ ଏହି ପୁରସ୍କାର ଗ୍ରହଣ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦିଲ୍ଲୀଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ଦିଲ୍ଲୀ ଯାତ୍ରା କରିଛନ୍ତି ।

Share in top social networks!