ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଜନସୁରକ୍ଷା ମଞ୍ଚର ଦାବୀ

imagesପ୍ରବାଦ ପୁରୁଷ,ରାଜନୀତିଜ୍ଞ,ଦୁର୍ଦ୍ଦଶ ବୈମାନିକ।ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ଜନସୁରକ୍ଷା ମଞ୍ଚ ଦାବୀ କରିଛି । ଦେଶର ବହୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ପୂର୍ବରୁ ଏହି ସମ୍ମାନରେ ସମ୍ମନିତ କରାଯାଇଥିବା ବେଳେ ବିଜୁଙ୍କ ଭଳି ଜେନ କୃତିତ୍ଵଙ୍କ ପ୍ରତି ଅବହେଳା କରାଯାଇଥିବା ନେଇ ଜିଲ୍ଲା ଜନସୁରକ୍ଷା ମଞ୍ଚ କ୍ଷୋଭ ପ୍ରକାଶ କରିଛି । ବିଜୁଙ୍କୁ ତୁରନ୍ତ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ ମଞ୍ଚ ଦାବୀ କରିଛି । ଏନେଇ ଜନଜାଗରଣ ଓ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ୧୯ ତାରିଖରେ ମଞ୍ଚ ପକ୍ଷରୁ ଏକ ଗଣପଦଯାତ୍ରାର ଆୟୋଜନ କରାଯାଇଛି ।

Share in top social networks!