ଇତିଶ୍ରୀ ହତ୍ୟାକାଣ୍ଡ ଘଟଣା: ସିବିଆଇ ତଦନ୍ତ କରିବାକୁ ସୁପାରିଶ କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

45334ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ଜାତୀୟ ଅହିଲା କମିଶନ ଅଧ୍ୟକ୍ଷା ମମତା ଶର୍ମା ସୁପାରିଶ କରିଛନ୍ତି । ଏଥିସହିତ ଏହି ଘଟଣାର ଆକ୍ସନ ଟେକ ରିପୋର୍ଟ ପ୍ରଦାନ କରିବା ସହିତ ଜିଲ୍ଲାପାଳ ଏବଂ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ କରିଥିବା ଜଣାପଡିଛି । ମହିଳାକମିଶନଙ୍କ ପକ୍ଷରୁ କରାଯାଇଥିବା ରିପୋର୍ଟରେ ଘଟଣା ବେଶ କିଛିଦିନ ବିତିଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ବେଳେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ଵାରା ନକରି ସିବିଆଇ ଦ୍ଵାରା କରିବାକୁ ସେ ସୁପାରିଶ କରିଥିବା କଥା ଜଣାପଡିଛି । ଏପରିକି ପୋଲିସ ପ୍ରମାଣ ପତ୍ର ନଷ୍ଟ କରିବାକୁ ଯୋଜନା କରୁଥିବା ସେ କହିଥିବା ସହିତ ଯେହେତୁ ଘଟଣାରେ ସାଂସଦ,ମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କ କଥାକୁ ନେଇ ଅଭିଯୋଗ ଉଠିଛି ଏୟାର ତଦନ୍ତ କରାଯିବା ଦରକାର ବୋଲି ମହିଳା କମିଶନ ଉଲ୍ଲେଖ କରିଥିବା ଜଣାପଡିଛି ।

Share in top social networks!