ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାରେ ମହିଳା ସଶକ୍ତୀକରଣ ପଦକ୍ଷେପ

download (2)କିଛି ବର୍ଷ ପୂର୍ବେ,ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଦୁଇମୁଣ୍ଡି ଗ୍ରାମର କଞ୍ଚନ ଝୋଡିଆ ନାମକ ଜଣେ କୃଷକ ଓ ଦିନ ମଜୁରିଆକୁ ସ୍ଵାଭିମାନର ସହ ବଞ୍ଚିବାକୁ ବହୁ କଷ୍ଟ କରିବାକୁ ପଡୁଥିଲା । କଞ୍ଚନ ଏବଂ ତାଙ୍କ ସ୍ଵାମୀ ଏକ ଗରିବ ଅନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟର ଅଟନ୍ତି, ଏବଂ ସେ ଦୁହେଁ ଦିନ ମଜୁରି କରୁଥିଲେ ,ସେମାନଙ୍କର ଦୈନିକ ଆବଶ୍ୟକତା ପୂରଣ ହୋଇପାରୁନଥିଲା କାରଣ ସେ ଦୁହେଁ ଯେତେବି ପରିଶ୍ରମ କରନ୍ତୁ ସେମାନେ ଖୁବ କମ୍ ପଇସା ବଞ୍ଚାଇ ରଖିପାରୁଥିଲେ । କାମ ମଧ୍ୟ କେବେ ଆସୁଥିଲା କେବେ ନୁହଁ । ମାତ୍ର ଗୋଟେ ଦିନ କଞ୍ଚନ ଏବଂ ତାର ସ୍ଵାମୀର ଜୀବନରେ ଏବଂ ସେହିଭଳି ଅନେକ ପରିବାରରେ ପରିବର୍ତ୍ତନ ଆସିଲା,ଯେତେବେଳେ ଆଦିତ୍ୟ ବିର୍ଲ୍ଲା ଗୃପର ଏକ ଅଂଶ ଉତ୍କଳ ଆଲୁମିନା ଏକ ସ୍ୱାୟଙ୍ଗ ସହାୟକ ଗୋଷ୍ଠୀ ‘ମା ଗଙ୍ଗା ଦେବୀ’ ଙ୍କ ସହାୟତା କରିବା ଆରମ୍ଭ କଲା । କଞ୍ଚନ ନା କେବଳ ତା’ର ଏକ କ୍ଷୁଦ୍ର ବ୍ୟବସାୟ ସ୍ଥାପନ ପାଇଁ ତାଲିମ୍ ପାଇଲା ବରଂ ଏକ ତେଜରାତି ଦୋକାନ ଖୋଲିବା ପାଇଁ ୧୮,୦୦୦ ଟଙ୍କା ର ପୁଞ୍ଜି ସାହାୟତା ମଧ୍ୟ ପାଇଲା । ଆଜି, କଞ୍ଚନ ଯେ’କି ତେଜରାତି ଦୋକାନ ମାଧ୍ୟମରେ ମାସିକ ୨୦୦୦ ଟଙ୍କା ରୋଜଗାର କରିପାରୁଛି, ତା’ର ଋଣ ସୁଝି ସାରି ଏକ ସମ୍ମାନର ଜୀବନଯାପନ କରୁଛି । କଞ୍ଚନ ଭଳି ,କାଶୀପୁର ବ୍ଲକର କୁଚେଇପଦର ଏବଂ ଦୁଇମୁଣ୍ଡ ଗ୍ରାମର ଅନେକ ମହିଳା ଉତ୍କଳ ଆଲୁମିନା ସମର୍ଥିତ ଏସ୍.ଏଚ୍.ଜି ଦ୍ଵାରା ଉପକୃତ ହୋଇଛନ୍ତି । ଏହି ମହିଳାମାନେ ଅଧିକାଂଶ ଭାବରେ ଅଶିକ୍ଷିତ ଥିଲେ ଏବଂ ସେମାନଙ୍କର କିଛି କରିବାର ସାମର୍ଥ୍ୟ ନ ଥିଲା କି ନିଜର କିଛି କରିବାର ସାହାସ । ମାତ୍ର ଉତ୍କଳ ଆଲୁମିନା ସେମାନନକ ଜୀବନରେ ଆଲୋକର ଏକ କିରଣ ଆଣିଥିଲା । ବର୍ଷ ୨୦୧୧ ରେ,୧୫ ଜଣ ମହିଳା ମିଶି ‘ଗୃହ ଲକ୍ଷ୍ମୀ’ ନାମକ ଏକ ଏସ୍.ଏଚ୍.ଜି ପ୍ରତିଷ୍ଠା କରିଥିଲେ,ଯାହାର ଉଦ୍ଦେଶ୍ୟ ଥିଲା ପ୍ରତି ମାସ କିଛି ଅର୍ଥ ସଞ୍ଚୟ କରିବା । ୨ ବର୍ଷ ମଧ୍ୟରେ ,ସେହି ମହିଳା ମାନେ ଦେଖିଲେ ଯେ ସେମାନଙ୍କ ପାଖରେ ଯେତେ ଅର୍ଥ ସଞ୍ଚୟ ଅଛି ସେଥିରେ ସେମାନେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିବାର ସ୍ଵପ୍ନ ସାକାର କରିପାରିବେ ଏବଂ ସେମାନଙ୍କ ଜୀବନ ଧାରାକୁ ପୁନର୍ବାର ସରଲ କରିପାରିବେ । ଦୁଇମୁଣ୍ଡି ଗ୍ରାମର ଆଉ ଦୁଇଟି ଏସ୍.ଏଚ୍.ଜି –ଜୟ ଜଗନ୍ନାଥ ଏବଂ ଜୟା ଶ୍ରୀରାମର ସଭ୍ୟମାନେ ମଧ୍ୟ ଏକ କ୍ଷୁଦ୍ର ବ୍ୟବସାୟ ସ୍ଥାପନ କରିବା ନିମନ୍ତେ ଅର୍ଥ ସଞ୍ଚୟ କରିବାର ନିଷ୍ପତ୍ତି ନେଇଥିଲେ । ଉତ୍କଳ ଆଲୁମିନାର ସଶକ୍ତିକରଣ ଯୋଜନାମାନ ରାୟଗଡା ର ଅନେକ ଜୀବନ ପରିବର୍ତ୍ତନ କରୁଛି । ଆଜିର ଦିନରେ କମ୍ପାନୀ ୫ଟି ଗ୍ରାମର ୧୯୬ ଜଣ ମହିଳାଙ୍କ ଦ୍ଵାରା ଗଠିତ ୧୫ଟି ଏସଏଚଜି ମାନଙ୍କୁ ସହାୟତା ପ୍ରଦାନ କରୁଛି । ପ୍ରଥମେ ,ଏହି ଏସଏଚଜି ମାନେ ସଞ୍ଚୟକୁ ମୋବାଇଲଜ୍ କରିବା,ଆକାଉଣ୍ଟ ପରିଚାଳନା କରିବା,ଆଭ୍ୟନ୍ତରୀଣ ଋଣ ନିୟମ ଏବଂ ବ୍ୟାଙ୍କ ସହିତ କ୍ରେଡିଟ୍ ଲିଙ୍କ ସ୍ଥାପନ କରିବା ଆଦି ଶିଖିଥିଲେ । ଥରେ ସଭ୍ୟମାନେ ଏଥିରେ ଅଭ୍ୟସ୍ଥ ହୋଇଗଲେ,ଉତ୍କଳ ଆଲୁମିନା ୨ୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରି ଦିଏ-ପ୍ରଣାଳୀ ସ୍ଥାପନା ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ମାନଦଣ୍ଡ ସ୍ଥାପନା,ବୁକ୍ କିପିଂ,ନେତୃତ୍ୱ ବିକାଶ,ଯୋଗାଯୋଗ ,ସମସ୍ୟା ସମାଧାନ ଇତ୍ୟାଦି । ଏହି କଠିନ ପରିଶ୍ରମ ସଫଳ ହୋଇଛି ଏବଂ ଆଜିର ଦିନରେ ଉତ୍କଳ ଆଲୁମିନା ପ୍ରୋତ୍ସାହିତ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ଏପରି ଅଛନ୍ତି ଯେଉଁମାନେ ଆୟ କରିବାର କ୍ଷମତା ରଖିଛନ୍ତି । ଚାଉଳ ହଲର ଓ ତେଜରାତି ଦିକାନ ପରିଚାଳନା ଏହାର କିଛି ଉଦାହରଣ ଅଟେ । ତାଲିମ ଦେବା ବ୍ୟତୀତ ,ଉତ୍କଳ ଆଲୁମିନା କ୍ରେଡିଟ ଲିଙ୍କେଜ୍ ସ୍ଥାପନା ନିମନ୍ତେ ଏସ୍.ଏଚ୍.ଜି ମାନଙ୍କର ଶ୍ରେଣୀ ବିଭାଗ କରିଛି । ବର୍ତ୍ତମାନ,ଏହି ୧୫ଟି ଏସଏଚଜି ଆର୍ଥିକ ଆକାର ହେବ ୯ ଲକ୍ଷ ଟଙ୍କା । ଏଥି ମଧ୍ୟରୁ ୫ଟି ଏସଏଚଜି ବ୍ୟାଙ୍କ ସହିତ ୭,୧୦,୦୦୦ ଟଙ୍କାର କ୍ରେଡିଟ୍ ଲିଙ୍କ ସ୍ଥାପନା କରିଛନ୍ତି । ତେବେ ଋଣ ନିଆଯାଇଥିବା ଅର୍ଥ ସଭ୍ୟମାନଙ୍କ ଦ୍ଵାରା ଉଭୟ ଖର୍ଚ୍ଚ ଏବଂ ଆୟ ଉତ୍ପନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି ।ଉତ୍କଳ ଆଲୁମିନା ଆଖପାଖ ଅଞ୍ଚଳର ଶିକ୍ଷିତ ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରିଛି । ବିସ୍ଥାପିତ ବ୍ୟକ୍ତି ଏବଂ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତିମାନଙ୍କ ସଂଗଠନର ଅଧିକାରୀ ଶ୍ରୀ ଚିତ୍ରସେନ ନାୟକଙ୍କ ମତରେ,ଉତ୍କଳ ଆଲୁମିନା ଆସିବା ପୂର୍ବରୁ ଏସଏଚଜି ଗଠନର ଉପକାରିତା ସମ୍ପର୍କରେ ସମସ୍ତେ ଅଜ୍ଞ ଥିଲେ । କମ୍ପାନୀ ବିଭିନ୍ନ ସ୍ଥାନକୁ ଯାଇ ମହିଳାମାନଙ୍କୁ ଏହାର ଉପକାରିତା ସମ୍ପର୍କରେ ସୁଚାଇଥିଲା,ତାଲିମ ଦେଇଥିଲା,ଲୋକମାନଙ୍କୁ ଆୟ ଉପାୟ ବତାଇଥିଲା ଏବଂ ସେମାନଙ୍କର ବିକାଶରେ ଯୋଗଦେଇଥିଲା । କମ୍ପାନୀ ବହୁତ ସାହାଯ୍ୟ କରିଛି । ଖାଲି ଏତିକି ନୁହେଁ,ଉତ୍କଳ ଆଲୁମିନା ଏହି ଅଞ୍ଚଳର ଲୋକମାନଙ୍କର ଭିତ୍ତିଭୂମି ବିକାଶ, ଶିକ୍ଷା ଏବଂ କ୍ଷମତା ବୃଦ୍ଧି,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦିଗରେ ଅନେକ ପଦକ୍ଷେପମାନ ନେଇଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଉତ୍କଳ ଆଲୁମିନାର ସିଇଓ ଏବଂ ଏମଡ଼ି, ଶ୍ରୀ ରାଜେଶ ଝା କହିଛନ୍ତି, “ଆମେ ଏହି ଅଞ୍ଚଳର ମହିଳାମାନଙ୍କର ଉନ୍ନତି ପାଇଁ ଚିନ୍ତିତ ଅଛୁ ଏବଂ ଏସଏଚଜି କୁ ପ୍ରୋତ୍ସାହନ ଦେଇ ଆମେ ସେମାନଙ୍କୁ ଉଦ୍ୟମଶୀଳତା ଏବଂ ସ୍ଵାଧୀନତା ଭାବନାର ସହିତ ସମ୍ମାନର ଜୀବନ ପ୍ରଦାନ କରିବାକୁ ଚାହୁଁଛୁ । ସେ ମଧ୍ୟ ଆହୁରି କହିଲେ ଯେ, ଆମେ ଆଗାମୀ ଦିନରେ ଆହୁରି ଅନେକା ପଦକ୍ଷେପ ନେବୁ ଏବଂ ମହିଳା ମାନଙ୍କୁ ପରିବାର ର ଏକ ପ୍ରମୁଖ ଆୟକାରୀ ଅଙ୍ଗ ଭାବେ ଉପସ୍ଥାପନା କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ।

Share in top social networks!