ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓୟୁଏଟି ର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପ୍ରଦାନ

TJPF Award Ceremony_UU_2013ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଉଦ୍ୟମ ଅବ୍ୟାହତ ରଖି ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଉତ୍କଳ ବିଶ୍ଵ ବିଦ୍ୟାଳୟ ଏବଂ ଓୟୁଏଟି ଠାରେ (ଯଥାକ୍ରମେ ୧୭ ଏବଂ ୧୮ ଡିସେମ୍ବର ଦିନ ) ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପ୍ରଦାନ କରାଯାଇଛି । ଚଳିତ ବର୍ଷ (୨୦୧୩-୧୪) ଏହି ମେଧାବୃତ୍ତି ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୬ ଜଣ ମେଧାବୀ ଛାତ୍ରଛାତ୍ରୀମାନେ ହେଉଛନ୍ତି ମୋନାଲି ଦାସ,ସ୍ଵୟଂସିଦ୍ଧା ମିଶ୍ର,ପ୍ରଦୀପ କୁମାର ମୁଦୁଲି,ଦେବାଶିଷ ଦାସ,ସୁନିତା ମୁଦୁଲି ଏବଂ ରଶ୍ମିରେଖା ପାତ୍ର । ସେହିପରି ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପାଇଥିବା ଓୟୁଏଟି ର ୪ ଜଣ ବିଦ୍ୟାର୍ଥୀ ହେଉଛନ୍ତି,ଅନ୍ନପୂର୍ଣ୍ଣା ମହାରଣା,ସୁଶ୍ରୀ ବିଜୟିନୀ ମାନସିଂ,ଶୀତଳ ମହାନ୍ତି ଏବଂ ବିଭୂଦତ୍ତ ସାମନ୍ତ କୁମାର ପଣ୍ଡା । ପୋସ୍କୋ ଇଣ୍ଡିଆ ଡ଼ିଏମଡ଼ି ଶ୍ରୀ ର୍ୟୁ ହୋ-ଚାନ୍, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଶାନ୍ତ କୁମାର ସାହୁ ଷ୍ଟୁଡେଣ୍ଟସ ୱେଲଫେୟାର ନିର୍ଦ୍ଦେଶକ ଡଃ,ଡି ଏସ୍ ପତତନାୟକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ ଚେୟାରମ୍ୟାନ ପ୍ରଫେସର ପିକେ ମିଶ୍ର ପ୍ରମୁଖ ଉକ୍ତ ମେଧାବୃତ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ପୋସ୍କୋ ଇଣ୍ଡିଆ ଡ଼ିଏମଡି ଶ୍ରୀ ହୋ-ଚାନ୍ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ସ୍ଵାଗତ ଭାଷଣରେ କହିଥିଲେ ଯେ, “ସମଗ୍ର ବିଶ୍ଵରେ ଭାରତ ବର୍ଷ ଏହାର ବୌଦ୍ଧିକ ମାନବସମ୍ବଳର ଉପଲବ୍ଧିତା ନେଇ ବେଶ୍ ସୁପ୍ରତିଷ୍ଠିତ । ମୋର ଦୃଢ ବିଶ୍ଵାସ ଯେ,ଏହି ନବ ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରାଗଲେ ଆଗାମୀ ଦିନମାନଙ୍କରେ ଭାରତ,ବିଭିନ୍ନ କ୍ଷେତ୍ରରେ ଶିଖରକୁ ଯାଇପାରିବ ” ।. ଓଡିଶାରେ ଜଗତସିଂପୁର ଜିଲ୍ଲାରେ ପ୍ରସ୍ତାବିତ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସମ୍ପର୍କରେ ମତ ଦେଇ ହୋ-ଚାନ୍ କହିଥିଲେ ଯେ, ପୋସ୍କୋ ଚଳିତ ବର୍ଷ ଓଡିଶାରେ ପ୍ରସ୍ତାବିତ ଏହାର ସମନ୍ଵିତ ଇସ୍ପାତ ପ୍ରକଳ୍ପରେ ଏକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ସ୍ଥାନୀୟ ବାସିନ୍ଦାଙ୍କୁ ସାଙ୍ଗରେ ନେଇ ବିକାଶ କରିବାରେ ପୋସ୍କୋ ବିଶ୍ଵାସ କରିଥାଏ । ପ୍ରସ୍ତାବିତ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସମାଜରେ ଆର୍ଥିକ ଅଭିବୃଦ୍ଧି ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସମସ୍ତ କ୍ଷେତରରେ ଉନ୍ନତିର ସାଧକ ସାଜିବ । ବିଜ୍ଞାନ,ଶିକ୍ଷା,ଗୋଷ୍ଠୀ ଉନ୍ନୟନ ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ଉତ୍ସାହିତ କରିବା ନିମିତ୍ତ ପୋସ୍କୋ ଟିଜେ ପାର୍କ ଫାଉଣ୍ଡେଆନ ଯ ଏହି ପୁରସ୍କାର ପ୍ରଦାନ କରିଆସୁଛି । ଏଠାରେ ସୂଚନାଯୋଗ୍ୟ ଯେ, ପୋସ୍କୋ ଓଡିଶାରେ ଏହାର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପର ଘୋଷଣା ଦିନ ଠାରୁ ହିଁ ଟି.ଜେ ପାର୍କ ଫାଉଣ୍ଡେସନ ଓଡିଶା ଏବଂ ନୂଆଦିଲ୍ଲୀ ଠାରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଆସୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୬ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଥିବା ଏହି ମର୍ଯ୍ୟାଦା ଜନକ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ୍ ମେଧାବୃତ୍ତି ଚଳିତବର୍ଷ ବିପିୟୁଟି ଏବଂ କିଟ୍ ବିଶ୍ୱବିଦ୍ୟାଳୟର ୧୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି ।

Share in top social networks!