ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର

IMG-20131218-WA0028ରକ୍ତଦାନ,ମହାନ ଦାନ । ୧୮ ଡିସେମ୍ବର ମଧ୍ୟାହ୍ନ ୩ଘଟିକା ସମୟରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟା ତଥା ଗ୍ରାମୀଣ ଓ ସମାଜ ସେବା ନିମନ୍ତେ ‘ବିମା’ନାମକ ଏକ ସଂଗଠନ ର ପରିକଳ୍ପନା ହୋଇଛି । ଏହି ସଂଗଠନ ପ୍ରତି ମାସରେ ଏପରି ଜନହିତକର କାର୍ଯ୍ୟ କରିଚାଲିଛି । ଆଜିର ରକ୍ତଦାନ ଶିବିରରେ ବିଶ୍ୱବିଦ୍ୟାଳୟରୁ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । କୁଳପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମିଶ୍ର ଏହି ଶିବିରକୁ ଉଦଘାଟନ କରି କହିଥିଲେ ସେବା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଅବିଚ୍ଛେନ୍ଦ୍ୟ ଅଙ୍ଗ ଏବଂ ଛାତ୍ରଛାତ୍ରୀ ପୂଜ୍ୟ ଶ୍ରୀଶ୍ରୀ ରବିଶଙ୍କର ଙ୍କର ଆଦର୍ଶ,ସେବା ଭାବନା ଓ କର୍ତ୍ତବ୍ୟ ନିମନ୍ତେ ଅନୁପ୍ରାଣିତ । ଏହିଶିବିରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ରକ୍ତଦାନ କରି ବହୁ ଆନନ୍ଦ ଅନୁଭବ କରିଥିଲେ । ଆମ ଓଡିଶା ଓ କଟକ ଆର୍ଟ ଅଫ୍ ଲିଭିଙ୍ଗ ସଂଯୋଜକ ଶ୍ରୀ ସ୍ୱରୂପ କୁମାର ରାୟ ପ୍ରଣୟ ହରିଚନ୍ଦନ ଓ ଦିଲୀପ ନନ୍ଦ ସହଯୋଗ କରିଥିଲେ । ଇଞ୍ଜିନିୟର୍ସ ୱିଦାଉଟ ବୋଡର୍ସ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ ।

Share in top social networks!