ଭିଙ୍ଗାରପୁରରେ ସ୍ୱାସ୍ଥ୍ୟ ଶିବିର

Medical Campଭୁବନେଶ୍ଵର ଶ୍ରୀ ବଡଦା ହସ୍ପିଟାଲ ପକ୍ଷରୁ ଭିଙ୍ଗାରପୁର ଗ୍ରାମପଞ୍ଚାୟତ ଅଫିସଠାରେ ଏକ ମାଗଣା ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଡଃ ଅରବିନ୍ଦ ଢାଲି ଉଦଘାଟନ କରିଥିଲେ । ଏହିପରି ଶିବିରମାନ କରି ତାଙ୍କର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ମାନଙ୍କରେ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ହାସପାତଳର ଏତାଦଶ କାର୍ଯ୍ୟକ୍ରମର ସେ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ହାସପାତଳର ସିଏମଓ ଡାଃ ମଣିନାରାୟଣ ମହାପାତ୍ର,ଡାଃ ସୋମନାଥ ମହାପାତ୍ର,ପ୍ରତିଭା ଦେଇ,ସତ୍ୟବ୍ରତ ସାହୁ,ସତ୍ୟଭାମା ମହାନ୍ତି ,ଅମିତା ପଟ୍ଟନାୟକ,ଲକ୍ଷ୍ମୀପ୍ରିୟା ଦେଇ ପ୍ରମୁଖ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯାଇଥିଲା ।ଶିବିରକୁ ସ୍ଥାନୀୟ ସରପଞ୍ଚ,ନୋମିନି ଓ ପଞ୍ଚାୟତର କର୍ମଚାରୀମାନେ ପରିଚାଳନା କରିଥିଲେ ।

Share in top social networks!