ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ

images (1)
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବାତ୍ୟା ବିପନ୍ନଙ୍କ ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ଵର ଆଚାର୍ଯ୍ୟ ବିହାରର ପ୍ରଫେସର ରାମଶଙ୍କର ରଥ କୋଡିଏ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବାବେଳେ ରାଜଧାନୀ ବିକାଶ ପରିଷଦ ପକ୍ଷରୁ ପାଞ୍ଚହଜାର ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କ ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!