ଓଡିଶା ଜନମୋର୍ଚ୍ଚା କୁ ‘ଗୁଡି’ ଚିହ୍ନ ; ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନରେ ସ୍ଵୀକୃତୀ ଦିଆଯାଇପାରିବ ନାହିଁ : ରାଜ୍ୟ ନିର୍ବାଚନ ଆୟୋଗ

46515ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚା ରାଜନୈତିକ ଦଳକୁ ‘ଗୁଡି’ ଚିହ୍ନ ଦିଆଯାଇପାରିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ଗ୍ରହଣ କରି ଦଳର ମହାସଚିବଙ୍କୁ ଆଜି ପତ୍ର ଦ୍ଵାରା ଜଣାଇଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ଡିସେମ୍ବର ୬,୨୦୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡିଶା ଜନମୋର୍ଚ୍ଚା ଦ୍ଵାରା ‘ଗୁଡି’ଚିହ୍ନ ପ୍ରଦାନ ପାଇଁ ଡିସେମ୍ବର ୧୩ ତାରିଖ ଓ ପୁନଶ୍ଚ ଦିଦେମ୍ବର ୧୬ ତାରିଖ ରେ ପତ୍ରାଳାପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଚିହ୍ନ (ସଂରକ୍ଷଣ ଓ ପ୍ରଦାନ ) ଆଦେଶ ୧୯୬୮ ଅନୁଚ୍ଛେଦ-୧୦ ବି(ଏ)(।।) ମୁତାବକ ବିଧାନସଭା ଶେଷହେବା ୬ ମାସ ପୂର୍ବରୁ ଏବଂ ନିର୍ବାଚନ ବିଜ୍ଞପ୍ତି ପ୍ରକାଶନର ସର୍ବନିମ୍ନ ୫ ଦିନ ପୂର୍ବରୁ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ଜଣାଇବା ଆବଶ୍ୟକ । ଆହୁରି ମଧ୍ୟ ଅନୁଚ୍ଛେଦ-୧୦ବି(ଏ)(IV) ଅନୁଯାୟୀ ଯଦି ଗୋଟିଏ ରାଜନୈତିକ ଦଳ ଚାହେଁ ,ତାଙ୍କ ମନମୁତାବକ ତିନୋଟି ଚିହ୍ନ ଓ ଡିଜାଇନ୍ ଏବଂ ଡ୍ରଈଂ ସହ ବିଧାନସଭା ଶେଷହେବାର ଅତ୍ୟନ୍ତ ୩ ମାସ ପୂର୍ବରୁ କିମ୍ବା ଅବଧି ଶେଷ ନ ହୋଇ ବିଧାନ ସଭା ଭଙ୍ଗର ଏକ ମାସ ପୂର୍ବରୁ ଜଣାଇବାର ଆବଶ୍ୟକ । ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନରେ ‘ଗୁଡି’ ଚିହ୍ନ ସ୍ଵାଧୀନ ପ୍ରାର୍ଥୀଙ୍କ ପାଇଁ ଅନ୍ତର୍ଭୁକ୍ତ ନୁହେଁ ଏବଂ ଏହା ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ଏକ ନୂଆ ନିର୍ବାଚନୀ ଚିହ୍ନ ଅଟେ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉପରୋକ୍ତ ନିୟମ ଅନୁଯାୟୀ ପରୀକ୍ଷା କରି ଜାଣିପାରିଛନ୍ତି ଯେ,ଜନମୋର୍ଚ୍ଚା ଦ୍ଵାରାଦିଆଯାଇଥିବା ପ୍ରସ୍ତାବ ଗ୍ରହଣୀୟ ନୁହେଁ । ତେଣୁ ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚାର ପ୍ରାର୍ଥୀମାନଙ୍କୁ ‘ଗୁଡି’ଚିହ୍ନ ଦିଆଯାଇପାରିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Share in top social networks!