ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନରେ ଆଜି ୬ଟି ପ୍ରାର୍ଥୀପତ୍ର ଦାଖଲ

45740ଆସନ୍ତା ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଛି । ଏହି ନିର୍ବାଚନ ପାଇଁ ଆଜି ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୩୦୯ଟି ମନୋନୟନ ଫର୍ମ ବିକ୍ରି ହୋଇଥିବାବେଳେ ଆଜି ୩୪୨ଟି ମନୋନାୟନ ଫର୍ମ ବିକ୍ରି ହୋଇଛି । ପ୍ରାର୍ଥୀପତ୍ର ଦାଖଲ ଡିସେମ୍ବର ୨୦ ତାରିଖ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧୬ରୁ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୫ଘଟିକା ସମୟରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରକାଶ ପାଇବ । ଡିସେମ୍ବର ୨୩ତାରିଖ ପୂର୍ବାହ୍ନ ୧୧ଘଟିକା ଠାରୁ ଶେଷହେବା ପର୍ଯ୍ୟନ୍ତ ପ୍ରାର୍ଥିପତ୍ରଗୁଡ଼ିକ ତଦାରାଖ କରାଯିବ ଡିସେମ୍ବର ୨୪ତାରିଖ ପୂର୍ବାହ୍ନ ୧୧ଘଟିକା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରୁଲ୍ ୨୪ ଅନୁଯାୟୀ ସ୍ଥିରୀକୃତ ସ୍ଥାନରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶିତ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ୨୬ ତାରିଖ ଅପରାହ୍ନ ୩ଘଟିକାକୁ ଧାର୍ଯ୍ୟ କରାଯାଇଅଛି । ଚୁଡାନ୍ତ ପ୍ରାର୍ଥୀ ତାଲିକା ଡିସେମ୍ବର ୨୬ ତାରିଖ ଅପରାହ୍ନ ୫ ଘଟିକା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ,ମହାନଗର ନିଗମ କାର୍ଯ୍ୟାଳୟ ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପ୍ରତ୍ୟେକ ୱାର୍ଡର ସ୍ଥିରୀକୃତ ସ୍ଥାନରେ ପ୍ରକାଶ ପାଇବ । ଆସନ୍ତା ଜାନୁଆରୀ ୮ ତାରିଖରେ ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବାହ୍ନ ୮ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share in top social networks!