ଉଚ୍ଚଶିକ୍ଷା ବିଭାଗରେ ରାଜ୍ୟସ୍ତରୀୟ ଯୌନ ବ୍ୟଭିଚାର ଅଭିଯୋଗ ପ୍ରକୋଷ୍ଠ ଗଠନ

46444ରାଜ୍ୟର ବିଭିନ୍ନ ସରକାରୀ,ବେସରକାରୀ ଅନୁଦାନପ୍ରାପ୍ତ ଓ ସେଲ୍ଫଫାଇନାନ୍ସ କଲେଜମାନଙ୍କରୁ ଯୌନ ବ୍ୟଭିଚାର ସମ୍ପର୍କିତ କୌଣସି ଅଭିଯୋଗ ଦୃଷ୍ଟିକୁ ଆସିଲେ ଏହାର ତୁରନ୍ତ ତଦନ୍ତ ଗଠନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଏକ ରାଜ୍ୟସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ଗଠନ କରାଯାଇଛି । ଶ୍ରୀମତୀ ନିବେଦିତା ଜେନା, ନିର୍ଦ୍ଦେଶକ ଟେକ୍ସଟ୍ ବୁକ୍ ବ୍ୟୁରୋଙ୍କୁ ଏହି ପ୍ରକୋଷ୍ଠର ଅଧ୍ୟକ୍ଷା ରୂପେ ମନୋନୀତ କରାଯାଇଥିବାବେଳେ ବିଭାଗୀୟ ଉପଶାସନ ସଚିବ ଡଃ ନିବେଦିତା ପୁଷ୍ଟି ଓ ଅନୁଶାସନ ସଚିବ ଶ୍ରୀମତୀ ଦେବଯାନୀ ଧଳ ଏହାର ସଦସ୍ୟାରୁପେ ମନୋନୀତ ହୋଇଛନ୍ତି । ଯୌନ ବ୍ୟଭିଚାର ର ଶୀକାର ହେଉଥିବା ଯେ କୌଣସି ମହାବିଦ୍ୟାଳୟ ର ମହିଳା କର୍ମଚାରି ଓ ଛାତ୍ରୀମାନେ ସିଧାସଳଖ ଭାବେ ଏହି ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ସୁପାରିସ କରିବାକୁ ଏହି ପ୍ରକୋଷ୍ଠକୁ କ୍ଷମତା ଅର୍ପଣ କରାଯାଇଛି । ସମ୍ପ୍ରତ୍ତି ଢେଙ୍କାନାଳ ଜିଲ୍ଲାର ସାଇକୃପା ଆବାସିକ ଯୁକ୍ତ ୨ ବିଜ୍ଞାନ କଲେଜର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ବିଦ୍ୟାର୍ଥୀମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଦୃଷ୍ଟିକୁ ଆସିବା ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗର ହସ୍ତଗତ ହେବାପରେ ବିଭାଗ ତରଫରୁ କଲେଜର ଅଧ୍ୟକ୍ଷ ଓ ପରିଚାଳନା କର୍ତ୍ତୃପକ୍ଷ ଙ୍କଠାରୁ ଏ ସଙ୍କ୍ରାନ୍ତରେ କୈଫୟତ ତଳବ୍ କରାଯାଇଛି । ଉକ୍ତ କଲେଜର ସ୍ଵିକୃତୀ ପ୍ରତ୍ୟାହାର ନିମନ୍ତେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ତଦନ୍ତ କରିବା ନିମନ୍ତେ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାୟିତ୍ଵ ଦିଆଯାଇଛି ।

Share in top social networks!