୨୦୧୨-୧୩ ବର୍ଷରେ ୫୯୩୧ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପିତ : ୨୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ପାଇଛନ୍ତି-ମନ୍ତ୍ରୀ ଡାଃ ଦାମୋଦର ରାଉତ

44387ରାଜ୍ୟରେ ବେକାର ଯୁବକ ଯୁବତୀ ମାନଙ୍କ ଆତ୍ମନିଯୁକ୍ତି ତଥା କର୍ମ ନିଯୁକ୍ତି ସୁଯୋଗ ନିମନ୍ତେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଉଦ୍ୟମ ଜାରି ରହିଛି । ଗତ ୨୦୧୨-୧୩ବର୍ଷରେ ୪୩୨.୯୧ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୫୯୩୧ ଟି ଉଦ୍ୟୋଗ ସ୍ଥାପିତ ହୋଇଛି ଏବଂ ୨୭୧୦୪ ଜଣ ଆତ୍ମ ନିଯୁକ୍ତି ବା କର୍ମ ନିଯୁକ୍ତି ପାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଅଣୁ,କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡାଃ ଦାମୋଦର ରାଉତ ପ୍ରକାଶ କରିଛନ୍ତି । ଏହି ୟୁନିଟ ମଧ୍ୟରୁ ୮୧୫ଟି ଖାଦ୍ଯ ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ ,୪୩୪ଟି ଯାନ୍ତ୍ରିକ,୨୬୬ଟି ଟେକ୍ସଟାଇଲ,୨୫୧ଟି ଜଙ୍ଗଲଜାତ ଓ କାଠ,୩୩୮୧ ଟି ରିପ୍ୟାରିଂ ଓ ସେବା ଏବଂ ୭୮୪ଟି ଅନ୍ୟାନ୍ୟ ୟୁନିଟ ସ୍ଥାପିତ ହୋଇପାରିଛି । ଗ୍ରାମାଞ୍ଚଳର ବେକାର ଯୁବକଯୁବତୀ ମାନେ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରାହ୍ୟ ପ୍ରକାଶ କରିବା,ସେମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ତାଲିମ ପ୍ରଦାନ କରିବା,ପୁଞ୍ଜି ନିବେଶ ସଙ୍କ୍ରାନ୍ତରେ ପରାମର୍ଶ ଦେବା, ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ପାଇଁ ବଜାର ସୃଷ୍ଟି କରିବା ଆଦି ଦୁଗରେ ବିଭାଗ ତରଫରୁ ବ୍ୟାପକ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୧୧-୧୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ୧୧୭୩୬୧ ଟି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୟୁନିଟ୍ ଥିଲା । ସେଥିରେ ୪୫୩୬ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇ ୬୭୯୨୩୮ ଜଣ କର୍ମ ନିଯୁକ୍ତି ପାଇଥିବାବେଳେ ୨୦୧୨-୧୩ ବର୍ଷ ଶେଷରେ ଏହି ପ୍ରକାର ୟୁନିଟ୍ ସଂଖ୍ୟା ୧୨୩୨୯୨ ହୋଇଛି । ପୁଞ୍ଜି ନିବେଶ ମୋଟ ୪୯୬୯.୬୦ କୋଟି ଏବଂ ୭୦୬୩୪୨ଜଣ କର୍ମ ନିଯୁକ୍ତି ବା ଆତ୍ମା ନିଯୁକ୍ତି ପାଇ ପାରିଛନ୍ତି । ତେବେ ରାଜ୍ୟର ଅଣୁ,କ୍ଷୁଦ୍ର,ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ଵାରା ଉତ୍ପାଦିତ ବା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ଦେଶବିଦେଶରେ ଆକ୍ରୁଷ୍ଟ କରାଇବା ସହିତ ଉପଯୁକ୍ତ ବଜାର ସୃଷ୍ଟି କରିବା ଏବଂ ଅଧିକରୁଅଧିକ ବେକାର ଯୁବକଯୁବତୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହୀ କରାଇବା ପାଇଁ ଆସନ୍ତା ଜାନୁଆରୀ ପହିଲାରୁ ଭୁବନେଶ୍ଵର ଠାରେ ଏକ ୭ ଦିନିଆ ବାଣିଜ୍ୟ ମେଳା ଆୟୋଜିତ ହେଉଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟର ଏମ୍.ଏସ୍.ଏମ୍.ଇ ୟୁନିଟ୍ ଏବଂ କେତେକ ବିଦେଶୀ ରାଷ୍ଟ୍ରଙ୍କ ଯୋଗଦାନ ମେଳାର ଗୁରୁତ୍ଵ ବହନ କରୁଛି । ଏହି ଯୋଜନାରେ ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ବୈଷୟିକ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ଅବସରରେ ଆଲୋଚନାଚକ୍ର ,ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯିବ ।

Share in top social networks!