ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩%ସଂରକ୍ଷଣ ନିମନ୍ତେ ରାଜ୍ୟପାଳଙ୍କ ସହ ଆଲୋଚନା

Gov1ମହିଳାଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାରେ ୩୩%ସ୍ଥାନ ସଂରକ୍ଷଣ ହେବା ଉଚିତ ବୋଲି ଏକ ପ୍ରତିନିଧି ମଣ୍ଡଳ ମାନ୍ୟବର ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ମହିଳା ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ସଂଗଠନ ଇନଷ୍ଟିଚ୍ୟୁଟ ଫର ସୋସିଆଲ ଡେଭେଲପମେଣ୍ଟ ପକ୍ଷରୁ ଶ୍ରୀମତୀ ଶୁଭଶ୍ରୀ ଦାସ,ନମ୍ରତା ଚଢା,ସନ୍ଧ୍ୟାରାଣୀ ପ୍ରଧାନ,ବୈକୁଣ୍ଠନାଥ ମିଶ୍ର ଏବଂ ଡକ୍ଟର ବିକାଶ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦିନକୁଦିନ ମହିଳାମାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋଚନା କରିଥିଲେ । ମାନ୍ୟବର ରାଜ୍ୟପାଳ ମହିଳାଙ୍କ ପ୍ରତି ଥିବା ମାନସିକତାର ପରିବର୍ତ୍ତନ ଉପରେ ଗୁରୁତ୍ଵ ଦେଇ ଗର୍ଭାବସ୍ଥାରୁ ମହିଳାଙ୍କ ସ୍ଥିତିଉପରେ କାର୍ଯ୍ୟ ହେବା ଉଚିତ ବୋଲି ମତ ଦେଇଥିଲେ । ଲିଙ୍ଗନିରୂପଣ ଏବଂ ଯୌତୁକ ଭଳି ବ୍ୟବସ୍ଥା ବିରୁଦ୍ଧରେ ଦୃଢ ସାମାଜିକ ସଂକଳ୍ପ ହେବା ଉପରେ ଗୁରୁତ୍ଵ ଦେଇ କିପରି ନାଗାଲାଣ୍ଡ ଭଳି ରାଜ୍ୟରେ ମହିଳାଙ୍କ ସ୍ଥିତି ଗୁରୁତ୍ଵ ବହନ କରିଥାଏ ତାହାବର୍ଣ୍ଣନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ ମହିଳାଙ୍କୁ ସାଂସଦ ଏବଂ ବିଧାନସଭାରେ ୩୩%ସ୍ଥାନ ସଂରକ୍ଷଣ ନିମନ୍ତେ ବର୍ତ୍ତମାନ ସାଂସଦରେ ଏକ ବିଲ ବିସ୍ତୁର ପାଇଁ ରହିଅଛି । ଏଥିନିମନ୍ତେ ଭାରତୀୟ ସଂବିଧାନରେ ସଂଶୋଧନ ବିଲ୍ ମଧ୍ୟ ବିଚାର ପାଇଁ ସଂସଦରେ ୨୦୧୦ ମସିହାରୁ ରହିଅଛି ।

Share in top social networks!