ଧାନ ସଂଗ୍ରହ ସମ୍ପର୍କରେ ଜିଲ୍ଲାପାଳଙ୍କସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ

tn_30.10.2013=5ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡିଓ କନଫରେନ୍ସଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଧାନ ସଂଗ୍ରହ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଚାଷୀମାନଙ୍କ ସୁବିଧାକୁ ଆଖିଆଗରେ ରଖି ପର୍ଯ୍ୟାପ୍ତ ସଂଖ୍ୟାରେ ଧାନ ସଂଗ୍ରହ ବ୍କେଣ୍ଡର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଚାଷୀଯେପରି ସର୍ବନିମ୍ନ ସହାୟକ ଦର ପାଇବ ସେଥିପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ଚାଷୀକୁ ତାର ପ୍ରାପ୍ୟ online ଜରିଆରେ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାତଦିନ ମଧ୍ୟରେ ଚାଷୀକୁ ତାର ପ୍ରାପ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ । ଧାନ ସଂଗ୍ରହ କାର୍ଯ୍ୟ ତଦାରଖ କରିବା ପାଇଁ nodal,monitoning ଏବଂ enforement ଅଫିସର ମାନଙ୍କୁ ନିୟୋଜିତ କରିବା ଏବଂ regulated managing society ମାନକରେ ଚାଷୀମାନକ ପାଇଁ ସମସ୍ତ ସୁବିଧା ସୁଯୋଗର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ । ଏତଦବ୍ୟତୀତ ଜିଲ୍ଲାସ୍ତରୀୟ ସଂଗ୍ରହ କମିଟିର ନିୟମିତ ବୈଠକ ସହିତ ସଂଗ୍ରହ କେନ୍ଦ୍ର,ତାରିଖ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସଂପର୍କରେ ଉଭୟ ମୁଦ୍ରିତ ଇ ବୈଦୁତିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର,ବିଭାଗୀୟ ସଚିବ ଶ୍ରୀ ମଧୁସୂଦନ ପାଢୀ,ସମବାୟ ସଚିବ ପ୍ରମୁଖ ଯୋଗଦେଇଥିଲେ ।

Share in top social networks!