ଏସ.ଆର.ରୁଙ୍ଗଟା ଗ୍ରୁପ ସି.ଏସ.ଆର ବିଭାଗର ସହଯୋଗରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

46216
ତା୧୭-୧୨-୦୧୩ ରିଖ କୋଇଡା ଖଣି ଅଞ୍ଚଳ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ,କୋଇଡାର ବାର୍ଷିକ କ୍ରିଡାଉତ୍ସବରଉଦଘାଟନୀ ଦିବସ ପାଳିତ ହୋଇଯାଇଛି । ଏହି କ୍ରୀଡାଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଏସ.ଆର.ରୁଙ୍ଗଟା ଗ୍ରୁପ ର ସି.ଏସ.ଆର ବିଭାଗ ରୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ପ୍ରଦାନ କରଯାଇଥିଲା । ଆଜିସକାଳ ୮ଟାରୁ ସ୍ଥାନୀୟ ଲଙ୍ଗଳେଶ୍ଵର ଶିବମନ୍ଦିର ରେ ପୂଜାର୍ଚ୍ଚନା ପୂର୍ବକ ଖେଳ ମଶାଲକୁ ପ୍ରଜ୍ଜୋଳିତ କରି ବିଦ୍ୟାଳୟର ମସାଲା ବାହିନୀ ପୂର୍ବତନ ବିଧାୟକ ଶ୍ରୀ ଜନାର୍ଦ୍ଦନ ଦେହୁରୀ,ରୁଙ୍ଗଟାର ସି.ଏସ.ଆର ଉପପ୍ରବନ୍ଧକ ଅଞ୍ଜନ ଲେଙ୍କା,ସହ ପ୍ରବନ୍ଧକ ଗୌରୀ ଶଙ୍କର,ଖେଳ ଶିକ୍ଷକ ହୃତାସନ ଦଣ୍ଡସେନା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏକ ବର୍ଣ୍ଣାବ୍ୟ ପରିବେଶରେ ବିଦ୍ୟାଳୟର ଖେଳପଡିଆକୁ ଅଗ୍ରସର ହୋଇଥିଲେ । ବିଦ୍ୟାଳୟର ଖେଳପଡିଆ କୁ ପ୍ରବେଶ ମାତ୍ରେ ଛାତ୍ରୀମାନଙ୍କ ଦ୍ଵାରା ଆଦିବାସୀ ନୃତ୍ୟର ତାଳେ ତାଳେ ମଶାଲବାହିନୀକୁ ସ୍ଵାଗତ କରାଯାଇଥିଲା । ଉକ୍ତ ଉଦଘାଟନୀ ସମ୍ମିଳନୀରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ ଭୋଇ,ଖଣି ଉପନିର୍ଦ୍ଦେଶକ ମିହିର ମହାନ୍ତି,ସରପଞ୍ଚ ଛୋଟରାୟ ନାଏକ,ଥାନାଧିକାରୀ ହୃଷୀକେଶ ନାଏକ
ଯୋଗଦାନ କରିଥିଲେ । ଏସ.ଆର ରୁଙ୍ଗଟା,କୋଇଡାସ୍ଥିତ ତେହେରାଇ ଖଣିର ସି.ଏସ.ଆର ବିଭାଗ ତରଫରୁ ମାସକ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଖେଳ ଶିକ୍ଷକଙ୍କ ସହିତ ଏକ ପରିକଳ୍ପନାର ସହିତ ସମସ୍ତ ପ୍ରକାରର ଯଥା,ଲଜିଷ୍ଟିକ ରିପୋର୍ଟ,ମସାଲା ବାହିନୀ ଙ୍କ ପୋଷାକ,ଜଳଯୋଗ,ବ୍ୟାନର ସହିତ ସମୁଦାୟ ୭୪ ଟି ସ୍ଵତନ୍ତ୍ର ଧରଣର ପୁରସ୍କାର ପ୍ରଦାନ କରାଯାଇ ସଂପୂର୍ଣ୍ଣ ସହଯୋଗ କରାଯାଇଅଛି । ଉକ୍ତ ଖେଳ ଉତ୍ସବ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଉଦଯାପନ ଉତ୍ସବରେ ଏସ.ଆରରୁଙ୍ଗଟା ଗ୍ରୁପର ଖଣିପରିଚାଳକ ବିମକେଶ କୁମାର ଶ୍ରିବାସ୍ତବ ଏବଂ କାର୍ମିକ ଉପପ୍ରବନ୍ଧକ ଅଜୟ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗଦାନ ର କାର୍ଯ୍ୟକ୍ରମ ଅଛି । ଉଦଯାପନ ଉତ୍ସବରେ ସମସ୍ତ କୃତି ଖେଳାଳି ମାନଙ୍କୁ ଏସ.ଆର.ରୁଙ୍ଗଟା ଗ୍ରୁପ ତରଫରୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଗୋପବନ୍ଧୁ ଉଚ୍ଚବିଦ୍ୟାଳୟର ଏହି ବାର୍ଷିକ କ୍ରୀଡା ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେକ ଖେଳୁଆଡ ମନୋଭାବ ବୃଦ୍ଧି କରିବା ସହିତ ବନ୍ଧୁତ୍ଵର ବୃଦ୍ଧି କରିପାରିବ ବୋଲି ସ୍ଥାନୀୟ ଜନ ସାଧାରଣ ଆଶା ପ୍ରକାଶ କରିଛନ୍ତି ।

Share in top social networks!