ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଆନୁକୁଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ୨୦ଟି ଘରୋଇ ଚିକିତ୍ସା ଳୟ ରେଫରାଲ ହସ୍ପିଟାଲଭାବେ ଅନୁବନ୍ଧିତ

download (1)
ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଆନୁକୁଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ୨୦ଟି ଘରୋଇ ଚିକିତ୍ସା ଳୟ ରେଫରାଲ ହସ୍ପିଟାଲଭାବେ ଅନୁବନ୍ଧିତ କରାଯାଇ ସେମାନଙ୍କ ସହିତ ବୁଝାମଣା ପତ୍ର ସ୍ଵାକ୍ଷରିତ କରାଯାଇଛି । ଏହି ରେଫରାଲ ହସ୍ପିଟାଲ ଗୁଡିକ ହେଲା ଭୁବନେଶ୍ଵରସ୍ଥ କଳିଙ୍ଗ ହସ୍ପିଟାଲ ,ଆଦିତ୍ୟ କେୟାର ହସ୍ପିଟାଲ,ଏଲ.ଭି.ପି.ଆଇ ଇନଷ୍ଟିଚ୍ୟୁଟ,ଆୟୁଷ ହସ୍ପିଟାଲ,କାନୁନଗୋ ଇନଷ୍ଟିଚ୍ୟୁଟ ଅଫ୍ ଡାଇବେଟିସ୍ ସ୍ପେଶିଆଲିଷ୍ଟ (କିଡସ୍) ,କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍(କିମସ୍),ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ,ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଅଫ ସମ୍ ହସ୍ପିଟାଲ,କଟକସ୍ଥିତ ଅଶ୍ଵିନୀ ହସ୍ପିଟାଲ,ଶାନ୍ତି ମେମୋରିଆଲ ହସ୍ପିଟାଲ,ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବାସଦନ,ରାୟଗଡାର ବିଷମକଟକ ସ୍ଥିତ ଖ୍ରୀଷ୍ଟିୟାନ ହସ୍ପିଟାଲ,ନବରଙ୍ଗପୁରସ୍ଥିତ ଖ୍ରୀଷ୍ଟିୟାନ ହସ୍ପିଟାଲ,ଓ ରାଜ୍ୟ ବାହାରେ ଥିବା ଛତିଶଗଡ ର ରାୟପୁରସ୍ଥିତ ଏସକର୍ଟ ହାର୍ଟ ସେଣ୍ଟର,ନାରାୟଣ ହୃଦୟାଳୟ ହସ୍ପିଟାଲ,ରାମକୃଷ୍ଣ କେୟାର ହସ୍ପିଟାଲ, ବିଶାଖାପାଟଣା ସ୍ଥିତ କେୟାର ହସ୍ପିଟାଲ,ଆପୋଲୋ ହସ୍ପିଟାଲ,ସେଭେନ ହିଲ୍ ହସ୍ପିଟାଲ । ସେଥିମଧ୍ୟରୁ ଭୁବନେଶ୍ଵରସ୍ଥିତ ୨ଟି ଘରୋଇ ମେଡିକାଲ ହସ୍ପିଟାଲ ଯଥା ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ,ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା କାର୍ଡଧାରୀ ବାର୍ଷିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି ଏବଂ ରାଜ୍ୟ ଭିତରେ ଥିବା ଅବସ୍ଥିତ ଅନ୍ୟ ୧୨ଟି ହସ୍ପିଟାଲରେ ଏହି ସୁବିଧା କରିବା ପାଇଁ ପଦକ୍ଷେପ ନିଆଯାଉଛି । ସେହିଭଳି ଛତିଶଗଡର ରାୟପୁରସ୍ଥିତ ୩ଟି ରେଫରାଲ ହସ୍ପିଟାଲ ଯଥା-ରାମକୃଷ୍ଣ କେୟାର ହସ୍ପିଟାଲ,ଏସକର୍ଟ ହାର୍ଟ ସେଣ୍ଟର ଏବଂ ନାରାୟଣ ହୃଦୟାଳୟ ରେ ମଧ୍ୟ ଏହି ସୁବିଧା ଦେବା ପାଇଁ ପଦକ୍ଷେପ ନିଆଯାଉଛି । ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ବୀମା କାର୍ଯ୍ୟ କାରୀ ହେଉନଥିବାରୁ ବିଶାଖାପାଟଣାସ୍ଥିତ ୩ଟି ହସ୍ପିଟାଲ ଯଥା କେୟାର ହସ୍ପିଟାଲ,ଆପୋଲୋ ହସ୍ପିଟାଲ ଏବଂ ସେଭେନ ହିଲ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ କରିବା ସମ୍ଭବ ହେବ ନାହିଁ ବୋଲି ଡାଃ ଦାମୋଦର ରାଉତ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!