ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟର କର୍ମଚାରୀଙ୍କ ପକ୍ଷରୁ ଦାନ

images (3)
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ବିପନ୍ନଙ୍କ ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଛି । ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟର କର୍ମଚାରୀଙ୍କ ପକ୍ଷରୁ ଏକଲକ୍ଷ ଏକସ୍ତରୀ ହଜାର ଛଅଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଭୁବନେଶ୍ଵରର ମହର୍ଷି ମହାବିଦ୍ୟାଳୟ ପକ୍ଷରୁ ପଚାଶହଜାର ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କ ବଦାନ୍ୟତା ପାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!